STORYMIRROR

Trilochan Budek

Thriller Others

3  

Trilochan Budek

Thriller Others

"କଉଠି ଯାଇଛ ହଜି "

"କଉଠି ଯାଇଛ ହଜି "

1 min
360


କେବେ ଫେରିବ କେବେ ଫେରିବ

ଅନାଇ ବସିଛି ତୁମ ବାଟ ଚାହିଁ,

ସକାଳୁ ଗଲଣି ସନ୍ଧ୍ୟା ହେଲାଣି

ଏ ଯାଏ ତୁମେ ଫେରି ନାହିଁ ||


କେମିତି ରହିବି ଏକୁଟିଆ ଘରେ

ଡର ମାଡୁଥାଏ କେତେ,

ଘର କଥା ତୁମ ମନେ ନାହିଁ କି

ଭୁଲି କି ଯାଇଛ ସତେ ||


ଛୋଟ ପିଲା ଦୁଇଟା ଆକୁଳ ବିକଳ

ହୋଇ ଶୋଇ ପଡିଲେ ଉପାସରେ,

ଆଶା କରିଥିଲେ ଆଣିଲେ ଖୁଦ ମଳଖୁ

ଖାଇବା ପାଇଁ ପେଟ ଭରେ ||


କେତେ ଦୂର ଗଲ ହେ ଚନ୍ଦ୍ରମଣି

ଆହାର ଆଣିବା ପାଇଁ,

ଯଦି ମିଳୁନାହିଁ ଆହାର ତେବେ

ଏତେ ବେଳ ଯାଏ ରହିଛ କାହିଁ ପାଇଁ ||


ଘୋର ଅନ୍ଧକାର ମାଡି ଆସୁଛି

ବିଲୁଆ ରଡି ଛାଡୁଚି ଅନାହାରେ,

ଡାହାଣୀ ପିଚାସୁଣି ପୁଣି ଚରି ବୁଲନ୍ତି

ସ୍ମଶାନ ନଦୀ ମୁହାଁଣରେ ||


ବାହୁନି ବାହୁନି କାନ୍ଦୁଚି ବସି

ତୁମ ଅପେକ୍ଷାରେ ରହି,

ହେଲେ ତୁମେ ତ ଫେରୁନ

କୁଆଡେ ଗଲ ଦୁଃଖ ଯେ ହଉନି ସହି ||


ଯେବେଠୁଁ କରିଛ ମତେ ତୁମର

ତୁମେ ମୋ ଜୀବନ ସଖା,

ତୁମ ବିନା ମୁଁ କେମିତି ବଞ୍ଚିବି

ହୋଇ ସତେ ଏକା ଏକା ||


କେଉଁ ପାହାଡ଼ରେ ରହି ଗଲ ସଖା

ପଡି ନାହଁ କି ପୁଣି ଫାଶ ରେ,

କେତେ ଯେ ବାର୍ତ୍ତା ଆସୁଛି ସତେ

ଭୟ ଲାଗୁଚି ପୁଣି ମନରେ ||


ଏହି ସବୁ କଥା ବାର ବାର କାହିଁ

ମନକୁ ଆସୁ ଥାଏ ଧାଇଁ,

ଏମିତି ବି ମୁଁ କାନ୍ଦୁଚି ବସି

ଡର ଲାଗୁଚି ପୁଣି ଦେଖି ନିଜ ଛାଇ ||


ସଂସାରର ଏହି ଅଘୋର ଅନ୍ଧାରେ

ହଜି ଗଲ କି ତୁମେ,

କରିଛି ଆଶା ରଖିଛି ଭରସା

ଫେରି ଆସିବ ବୋଲି ତୁମେ


Rate this content
Log in

Similar oriya poem from Thriller