STORYMIRROR

Biswajit Arya

Inspirational Others

3  

Biswajit Arya

Inspirational Others

କରୋନା କାହାଣୀ

କରୋନା କାହାଣୀ

1 min
142

(କ)

କରୋନା କରୋନା କରୋନା

କେନ୍ଦ୍ର ସର୍କାର ଦେଲେ ଆହ୍ବାନ,

ପଦାକୁ ସଭିଙ୍କୁ ହୋଇଛି ମନା।

ରୋଗ କରୋନା,

ଭାରତେ କହେ ମୋ,ସବୁ ଦେଶ ଚିହ୍ନା।

ସରକାର ଙ୍କ ନିୟମ କଡା

ବାହାରେ ନ ବୁଲ ଯୋଡ଼ାକୁ-ଯୋଡା,

ରେଳ,ବଅସ ସବୁ ବନ୍ଦ

ନିଜକୁ କର ନିଜେ ବାସନ୍ଦ,

ରୋଗ ଏମନ୍ତ

ଦିନେ କାଳେ ନଥିଲା ଏହାର ଗନ୍ଧ।

(ଖ)

ଦିନକୁ ଦିନ ଏହାର କୋପ,

ମାଡ଼ିଚାଲେ ଭାଇ ଦେଖରେ ଦେଖ।

ତାକୁ ରୋକିବାର ସାହସ କାଇଁ,

ଅନାଇଛନ୍ତି ସବୁ, ସର୍କାର ଙ୍କୁ ଚାହିଁ।

ଆମ ଦେଶର ଯେ ଗର୍ବ ସବୁ,

ଡାକ୍ତର, ନର୍ସ, ପୋଲିସି ବାବୁ।

ବାଜିରେ ଲଗାଇଛନ୍ତି ଜୀବନ,

ଦେଶବାସୀ କର ତାଙ୍କ ବନ୍ଦନ।

କରୋନା ରୋଗକୁ କରିଣ କାବୁ,

ସିଏ ଯେ ଅଟନ୍ତି ସାକ୍ଷାତ ପ୍ରଭୁ।

ଆମର ପୁଣି ତ ଅଛି, କିଛି କର୍ତ୍ତବ୍ୟ,

ସଚେତନତା ହିଁ ଆମର ଲକ୍ଷ୍ୟ।

ନମାନି କଲେ ଯେ ମନ ମଜଲି,

କି କରିବା ତାକୁ କହିଣ ଖାଲି।

(ଗ)

ଆସିଲା ସିଏ ଯେ କୁଆଡୁ ମାଡ଼ି,

ଜଗତର ଜନେ ଛାଡିଲେ ରଡ଼ି।

ବିଶ୍ବ ଡାକୁଅଛି ତ୍ରାହି- ତ୍ରାହି

ହାତ ଯୋଡି ସବୁ କର ପ୍ରାର୍ଥନା,

ବିପଦୁ ରଖ ହେ ଭାବଗ୍ରାହୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational