STORYMIRROR

Panchanan Jena

Abstract

4  

Panchanan Jena

Abstract

କଳାଠାକୁର

କଳାଠାକୁର

1 min
279


କଳାଠାକୁର ମୋ କଳାଠାକୁର

ତୋ ପାଇଁ ଗାଇବି ନିତି ଭଜନ

ତୋ ପାଇଁ ନାଇବି ଚିତା ଚନ୍ଦନ

ଗୁନ୍ଥୁଥିବି -ଫୁଲ-ତୁଳସୀ ହାର 

କଳା ଠାକୁର ----୧


ବରଷକୁ ଥରେ ବଡଦାଣ୍ଡେ ପ୍ରବେଶ

ଧୂଳିରେ ଆଙ୍କିବି କପାଳ ପ୍ରଦେଶ

ଭୁଜ ଦୁଇ ଟେକି ଜୟ ଜଗନ୍ନାଥ

ପତିତପାବନ ନେତ ଦର୍ଶିବ ଅନାଥ

ତୁଣ୍ଡ ଉଜୁଥିବ ଶତ ସହସ୍ର ବାର 

କଳା ଠାକୁର ----୨


ବାଇସି ପାହାଚ଼ ଗଣି ଗଣି ଚଢି

ଭକ୍ତଙ୍କ ଭିଡରେ ଖାଇ ଭିଡ଼ା ମୋଡ଼ି

ବେତ ମାଡ଼ ଖାଇ ଖୁସିରେ ଧାଇଁ 

ଗରୁଡ଼ ସ୍ତମ୍ଭ ପଛରୁ ହୋଇ ଧଇଁ ସଇଁ

ଦେଖିଦେଲେ ଭଉଣୀ ସଂଗେ ଦୁଇ ଭାଇ

ପୁଲକିତ ହେବ ଆତ୍ମା ଅନ୍ତର 

କଳା ଠାକୁର --- ୩


ତୋ ଚକା ଆଖିରେ ଆଖି ମିଶିଗଲେ

ତୁଳସୀ ଦୟଣା ତୁଣ୍ଡରେ ଲାଗିଲେ

ପାଦୁକ ପାଣି ବିନ୍ଦୁଏ ପାଇଗଲେ

ଅଖଣ୍ଡ ଆରତି ଜ୍ୟୋତି ଦିଶିଗଲେ

ଚର୍ମ ଚକ୍ଷୁ ଦୁଇରେ ଲୋତକ ଧାର 

କଳା ଠାକୁର ---୪


ଲକ୍ଷ୍ମୀ ବିମଳା ମନ୍ଦିର ଜୁହାରୀ

ଅନ୍ୟ ପାର୍ଶ୍ଵ ଦେବାଦେବୀ ଗୁହାରୀ

ବଟ ଗଣେଶଙ୍କ ପାଦେ ମୁଣ୍ଡ ପ୍ରସାରୀ

କଳ୍ପବଟେ ବାନ୍ଧି ମାନସିକ ଡୋରୀ

ଆନନ୍ଦବଜାରେ ଅବଢ଼ା ପେଟେ 

ଖାଇ ହାକୁଟି ମାରି

ଆନନ୍ଦାନୁଭବ ହେବ ଅନନ୍ତ ଅପାର 

କଳା ଠାକୁର ମୋ କଳା ଠାକୁର ।୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract