STORYMIRROR

Jayaram Sahu

Fantasy

3  

Jayaram Sahu

Fantasy

ଖୋଲା ଖୋଲା ନୀଳ ଆକାଶ ତଳେ.....

ଖୋଲା ଖୋଲା ନୀଳ ଆକାଶ ତଳେ.....

1 min
203


ବାଇଚଢେଇ ସାଜି ତିଆରିକରନ୍ତି କି 

ମୋ ପାଇଁ ଝୁଲଣ ପରି ବସାଟିଏ,ତାଳଗଛର ଡାଳେ

ଖୋଲା ଖୋଲା ନୀଳ ଆକାଶ ତଳେ.............।।

ପ୍ରଜାପତି ହୋଇ ବସି ଯାଆନ୍ତି କି

ହିମଗିରି ପରି ଦେଖାଯାଉଥିବା କାଶତଣ୍ଡିର ଫୁଲେ

ଖୋଲା ଖୋଲା ନୀଳ ଆକାଶ ତଳେ.............।।

କଇଁ ଟିଏ ହୋଇ ଫୁଟି ଯାଆନ୍ତି କି

ଝଲଝଲ ହୋଇ ଝଲସୁ ଥିବା ପୁଷ୍କରିଣୀର ଜଳେ

ଖୋଲା ଖୋଲା ନୀଳ ଆକାଶ ତଳେ.............।।

ମୀନ ଟିଏ ହୋଇ ଚାଲି ଯାଆନ୍ତି କି

ନାଚି ନାଚିକା ଝରଣାର ସଂଗୀତର ତାଳେତାଳେ

ଖୋଲା ଖୋଲା ନୀଳ ଆକାଶ ତଳେ............।।

ଶିଶୁ ଟିଏ ହୋଇ ଶୋଇ ଯାଆନ୍ତି କି

ଜହ୍ନ ମାମୁଁଙ୍କୁ ଦେଖିଦେଖି ମୋ ମାଆଙ୍କର କୋଳେ

ଖୋଲା ଖୋଲା ନୀଳ ଆକାଶ ତଳେ............।।

ଖୋଲା ଖୋଲା ନୀଳ ଆକାଶ ତଳେ............।।

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy