STORYMIRROR

Pareshchandra Das

Abstract

2  

Pareshchandra Das

Abstract

ଜୟ ଜଗନ୍ନାଥ ସ୍ୱାମୀ

ଜୟ ଜଗନ୍ନାଥ ସ୍ୱାମୀ

1 min
263

ଆଉ କେତେ ଦୁଃଖ ରଖିଛ ଠାକୁରେ

   ମୋହରି କପାଳେ ଲେଖି

ତୁମରି କରୁଣା   ମୋ ପାଇଁକି ଉଣା

   କୁହ ତୁମେ ଚକା ଆଖି

ବଡ଼ ଦାଣ୍ଡେ ତୁମ   ଯାତରା ଲାଗିଛି

   ଭକ୍ତ   ହୁଏ  ଭିଡା  ଭିଡ଼ି

କାହିଁ କେତେ ବେଳୁ  ଅନାଇ ବସିଛି

   ଆସିବ  ରଥରେ  ଚଢ଼ି

ସଂସାର ଦେଇଛ   ଜଞ୍ଜାଳ ଦେଇଛ

   ଦେଇନ ସହିବା ଶକ୍ତି

ବେଳୁ ବେଳ ଆଜି   ଜୀବନ ଯନ୍ତ୍ରଣା

   ପରାଣ ଦେଉଛି ଝାସି

ଡାକି ଡାକି ମୁହିଁ     ଗଲିଣି ମୁଁ ଥକି

   କଣ୍ଠ ମୋ ଗଲାଣି ଶୁଖି

ଏଡ଼ିକି ନିର୍ଦୟ     ହେଲ କି ଠାକୁରେ

  ମୋ ଦୁଃଖ ପାରୁନା ଦେଖି

କୋଟି ପରମାୟୁ    ମାଗୁ ନାହିଁ ପ୍ରଭୁ

     ମାଗୁ ନାହିଁ ମୁକ୍ତା ମଣି

ଦର ପୋଡ଼ା ଭାତେ ପେଟ ମୋ ପୁରୁଛି

    ରକ୍ଷା କର ଚକ୍ର ପାଣି   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract