ଜରାଵସ୍ଥା ଓ ଜରାନିଵାସ**********
ଜରାଵସ୍ଥା ଓ ଜରାନିଵାସ**********
ମଣିଷ ଜୀବନ ପ୍ରାର୍ଥିବ ଶରୀର
ପଞ୍ଚମ ଅବସ୍ଥାରେ ଗଢା ।
ଶୈଶବ ରୁ ସୃଷ୍ଟି ଜରାଵସ୍ଥା ଦେଇ
ଵାର୍ଦ୍ଦକ୍ଯ ଅବସ୍ଥାରେ ଯୋଡା ।
ଜରାବସ୍ଥା ଆସି ପହଞ୍ଚିଲେ ପରା
ଅଥୟ, ଅଚଳ ରୂପ ନେଇ ।
କେତେ ବେଳେ ସୁସ୍ଥ ପୁଣି ଘଡେ ଅସୁସ୍ଥ
ସମୟ ଚକ୍ର ରେ ତାଳ ଦେଇ ।
ଖୋଳସରି ଗଲେ ଅଢେଇ ଦିନରେ
ବାହୁଡି ଯିବ ନିଜ ପୁରୀ ।
ଆତ୍ମା ଅଵିନାଶି ଵ୍ରହ୍ମ ସତ୍ୟ ଏଠି
ଘଟ ଅନୁସନ୍ଧାନ କରି ।
ଶୁନ୍ୟ ଵ୍ରହ୍ମ ଠାରୁ ପୂର୍ଣ୍ଣ ବ୍ରହ୍ମ ଯାଏ
ଆତ୍ମା ଵ୍ରହ୍ମ ଘୂରି ବୁଲୁଥାଏ ।
ନିମିତ ମାତ୍ର ପାଣି ଫୋଟକା ଜୀବନ
ଚକା ଭଉଁରୀ ଖେଳ ପ୍ରାଏ ।
ଶେଷ ଅବସ୍ଥାରେ ବଞ୍ଚିବା ଆଶ୍ରା ରେ
ସନ୍ତାନ ସନ୍ତତି ସୃଷ୍ଟି କରେ ।
ସବୁ ଆଶା ଯଦି ମଉଳିଣ ଗଲେ
ବଞ୍ଚିବା ନିଅର୍ଥ ହୋଇ ପାରେ ।
ପିତା ମାତାଙ୍କୁ ଯେ ପର କରି ଦେଇ
ଆନନ୍ଦେ ପାରୁଛ ରହି ।
ଯିଏ ତୁମ ପାଇଁ ନିଜେ ନଖାଇଣ
ଆନନ୍ଦେ ଖୁଆଇ ଥାଇ ।
ରାତ୍ରୀ ରାତ୍ରୀ ଯିଏ
ଉଜାଗର ହୋଇ
ତୁମ ସେବା କରୁଥାଇ ।
ରକ୍ତ ମାଂସ ଅସ୍ଥି ଦେଇ ଯେ ଗଢିଛି
ତାକୁ ତୁ କରିଲୁ ପର ।
ଅଢେଇ ଦିନରେ ନାରୀ ସୁଖ ପାଇ
ସେ ହେଲା ତୋ ଆପଣାର ।
ପିତା ମାତା ତୋର ଅଲୋଡା ଜୀବନ
ଧରି ଵୁଲେ ବାର ଦ୍ଵାର ।
ଭୋକ ଉପାସରେ ଆଖିର ଲୁହ ରେ
ଜରା ଶ୍ରମ ଆଶ୍ରା କରେ ।
ମଣିଷ ପଣିଆ ଥିଲେ ବାବୁ ତୋର
ବିବେକ ବିଚାର ଆସନ୍ତା ।
ଶେଷ ଅବସ୍ଥାରେ ଜୀବନ ଦୀପଟି
ଆନନ୍ଦ ରେ କରିଥାନ୍ତା ।
ଉତ୍ତର ପଶ୍ଚିମ ଦ୍ଵାର ଖୋଲି ଦେଲେ
ଚତୃଦିଗ ଦିଶେ ଆଭା ।
ତୃତୀୟ ନୟନ ଖୋଲି ଦେଲେ ଥରେ
ଫିଟି ଯିବ ଭବ ଶୋଭା ।
କେଉଁ ଟାଣ ପଣେ କରି ତୁ ଚାଲିଛୁ
କାଲି ହେବ ତୋ' ଏ ଅବସ୍ଥା ।
ତୋର ଅନୁ ବନ୍ଧ ଅନୁରୂପ ନେଇ
କରିଦେବ ତୋର ବ୍ୟବସ୍ଥା ।
ଜରାଵସ୍ଥା ହେଲେ ଜରାନିଵାସ ରେ
କାଟିବା ପାଇଁ ବ୍ୟବସ୍ଥା ।
ସୁନେଲି ସ୍ବପ୍ନ ବାର୍ଦ୍ଧକ୍ୟର ମଧୁ ଚାଖି
ଜଳି ଯିବ ଜୀବନ ଚିତ୍ତା ।