STORYMIRROR

Sarojini Pati

Others

4  

Sarojini Pati

Others

ମା ଓ ଶିଶୁ

ମା ଓ ଶିଶୁ

1 min
389


ମାଆର ମମତା ଅନାବିଳ ସ୍ନେହ

ସନ୍ତାନ ସୁନ୍ଦର ରୂପକାନ୍ତୀ ଦେହ

କର କମଳେ କୋମଳ କୋଳରେ

କଅଁଳ କିରଣ କରେ ତୈଳ ମଦନ ରେ

ବଳିଷ୍ଠ ଶରୀର ଗଢା ମାରମମତା ରେ

ଅସରନ୍ତି ଦୁଃଖ କଷ୍ଟ ସହ୍ୟ କରି ପାରେ l

ଶୈଶଵ ପ୍ରେମ ଆନନ୍ଦ ସାଗର ପଣତରେ

ରୋଗ, ଯନ୍ତ୍ରଣାରେ ସେବା କରିବା ରେ

ନିଜେ ଉପାସ ଥାଇ ସନ୍ତାନ କୁ ଖୁଆଏ

ଅନିଦ୍ରା ରହି ସନ୍ତାନ କୁ ଶୁଆଇ ଥାଏ

ସେହି ମା ଶିଶୁ ର ଭବିଷ୍ୟତ ଗଢି ଥାଇ

କାୟା ସଙ୍ଗେ ଛାୟା ପରି ହୋଇଥାଇ

ଶରୀର, ଶିକ୍ଷା,ଜ୍ଞାନ,ଗୁଣ, ସଂସ୍କାର ଦେଇ

ମା ନାମ ପରା ଅନନ୍ୟା ରୂପେ  ଅଟଇ ।

ଆଦ୍ୟ ଜ୍ଞାନ ଗୁରୁ ମାତୃ ଶିକ୍ଷା ଲାଭ କରି

ଜଗତ ମଙ୍ଗଳ ପାଇଁ କର୍ମ ଥାଇ କରି।

ଶିଶୁ ର ଯତ୍ନ ନେବାପାଇଁ ପରା ତା'ର

ମାଆର ମମତା ଅନାବିଳ ସ୍ନେହ ର

ସବୁ ସୁଖ ଶାନ୍ତି ତ୍ୟାଗ କରି ଯିଏ

ଶୁଶୁକୁ ଆଦରେ ପାଳନ କରିନିଏ ।

ମାର ଠାରୁ ଭଳି ଆଉ କେହି ନୁହେଁ

ଦିନକର ଋଣ ଶୁଝି ପାରିବେ ନାହିଁ

ସ୍ଵର୍ଗଠାରୁ ଵଳି ମାର ମମତା

ସମୁଦ୍ର ଠାରୁ ବଳି ବିଶାଳ ଧର୍ଯ୍ଯା 

ସେହି ମା ସୁନ୍ଦର ରୂପ ଗୁଣେମୋହେ

ଅପରୂପା ପରିବାର ଦୁଃଖ କଷ୍ଟ ସହେ

ସବୁଠାରେ ଅବଦାନ ସତେ ନିଆରା

ଜଗତ ମଙ୍ଗଳ ଶିଶୁ ସୁରକ୍ଷା ଦ୍ଵାରା

ଭୂତ ଭବିଷ୍ୟତ ଗଢି ଥାଇ ପରା

ମାର ମମତା ସଂପୂର୍ଣ୍ଣ ନିଆରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍