STORYMIRROR

Sarojini Pati

Others

3  

Sarojini Pati

Others

ମହିଳା ଦିବସରେ ନାରୀର ଭୂମିକା

ମହିଳା ଦିବସରେ ନାରୀର ଭୂମିକା

1 min
316


ଜନନୀ, ଭଗିନୀ,ଜାୟା ରୂପେ ଅପରୂପା

ତିନି ରୂପ ତିନି ଶକ୍ତି ଵିଶ୍ଵଵନ୍ଦିତା ।

ପ୍ରଥମ ପାଦ ସ୍ଥାପିତ କନ୍ୟା କୁମାରୀ ସ୍ଥିତ

କନ୍ୟା ରୂପରେ ସ୍ଵୟଂ ପୂଜିତା ।

ଭଗିନୀ ରୂପେ ସେତ ଜଗତ ଜିତା

 ଅତି ଆଦର ସ୍ନେହେ ଦୁହିତା ।

ଶାଶୂଘର ଵଧୂ ଵେଶ ସଂପୂର୍ଣ୍ଣ ନିଆରା

  ଜାୟା ରୂପେ ସୃଷ୍ଟିର ସମ୍ଭୂତା ।

ଦୁଇ କୂଳ ହିତ ପୁଣି ଦୁଇ କୂଳ ପିତା 

  ଚଳାଇ ପାରିଲେ ଜଗତ ଜିତା ।

ସୃଷ୍ଟି, ସ୍ଥିତି, ପ୍ରଳୟ କାରିଣୀ ଯେ ମାତା 

  ଜଗତ ମଙ୍ଗଳ ପାଇଁ ଯାର ଜାତ ।

ସନ୍ତାନ ଉତ୍ପନ୍ନେ ସୃଷ୍ଟି ନାମ ତୋ ଜନନୀ

 ସଂସାର ପାଳିନୀ ନମ ଅନ୍ନପୂର୍ଣ୍ଣା ।

ଦିବ୍ୟ ସନାତନୀ ମାଗୋ ପ୍ରକୃତି ରୂପିଣୀ

  ଅଷ୍ଟାଙ୍ଗ ଯୋଗ ସାଧିନେ ଅନନ୍ୟା ।

ବୈଦିକ ଯୁଗରେ ନାରୀ ପାଏ ତା'ର ପୂଜା

 ନାମ, ଲୀଳାବତୀ, ବିଶ୍ବମ୍ବରା,ଗର୍ଗୀ

ଲୋପାମୁଦ୍ରା,ପରି ଆହୁରି ଅନେକ ରଗଣା

  ମଧ୍ୟ ଯୁଗ ରେ ବିଦୁଷୀ ନାରୀ ଜାଗି

ନାମ ପରା ମିରବାଈ, ପଦ୍ମିନୀ, ଦୁର୍ଗାବତୀ

  ପୌରାଣିକ ଯୁଗ ଅଵତାରୀ ମାତା

ସୀତା ମାତା ନାମରେ ତ୍ୟାଗ ବଳିରେ

   ବିଶ୍ଵ ବନ୍ଦିତା ଧର୍ଯ୍ୟା ଶୁଦ୍ଧ ପବିତ୍ରା ।

ଯାଜ୍ଞସେନି ନାମ ପୂଣ ପଞ୍ଚପତି ଵ୍ରତା

  ମହାସତୀ ନାମ କଳୁଷ ନାଶନ୍ତି ।

ମହାଭାରତ ଯୁଦ୍ଧ କୈ।ରଵ ବଂଶ ଧ୍ବଂସ 

   ମୁଖ୍ୟ ନାୟିକା ପଞ୍ଚାଳି ଅଟନ୍ତି ।

ମହାଭାରତ ରୁ ରାମାୟଣ ଯାଏ ସବୁ

  ଯୁଗେ ନାରୀମାନଙ୍କ ଭୁମିକା ରହେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍