STORYMIRROR

Bijayalaxmi Mahankuda

Abstract

2  

Bijayalaxmi Mahankuda

Abstract

ଜନ୍ମ ଦିନର ଶୁଭେଚ୍ଛା.....

ଜନ୍ମ ଦିନର ଶୁଭେଚ୍ଛା.....

1 min
5.8K

ସବୁ ଆକାଶରେ ନ ଥାଏ ଚାନ୍ଦ,

ସବୁ ଚାହାଣୀରେ ନ ଥାଏ ହ୍ଲାଦ

       ବନ୍ଧୁ,ତୁମ ହୃଦୟରେ ବି ନ ଥାଏ ମନ୍ଦ

ସବୁ ଯନ୍ତ୍ରଣାରେ ଆସେନି କାନ୍ଦ,

ସବୁ ରଜନୀରେ ଆସେନି ନିଦ,

       କିନ୍ତୁ ସବୁ ବର୍ଷ ତୁମ ଜନ୍ମଦିନ ଆସେ

 " ଶୀତର ଶୀତଳ ସ୍ପର୍ଶରେ

  ଡିସେମ୍ବରର ଅନ୍ତିମରେ

     ସାଙ୍ଗରେ ହସ ଖୁସି

     ବଡ଼ ଆଇସ୍ କେକ୍

     ଛୋଟିଆ ପାର୍ଟି

     ଆଉ ଢେର୍ ସାରା ୱିଶ୍ ଧରି

ସତରେ କେତେ ଭିନ୍ନ ନୁହଁ କି' ଏ ଜନ୍ମଦିନ

ଯେଉଁ ଦିନ ଆମେ ଜନ୍ମ ହୋଇଥିଲେ

ଉପରବାଲାକୁ କଥା ଦେଇ

  " ହେ ପ୍ରଭୁ!,

   ମୁଁ କିଛି ବି ପାପ କରିବିନି,

   କାହାର ଅନିଷ୍ଟ ବି କରିବିନି,

   ପୃଥିବୀବାସୀଙ୍କ ପାଇଁ କିଛି ଭଲ କାର୍ଯ୍ୟ କରି

   ପୁଣି ତୁମ ପାଖକୁ ଫେରି ଆସିବି

ସତରେ ଏତିକି କଥା ଯଦି ମନେ ପକାନ୍ତା ମଣିଷ

ଆଉ ଅବତାର ସବୁ ଲୋଡା ପଡନ୍ତାନି


ତୁମ ଜନ୍ମଦିନରେ ମାେ ହୃଦୟରୁ 

ତୁମକୁ, ତୁମ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ରଶ୍ମିତା


ମୁଁ ଠାକୁରଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ,

ତୁମର ସବୁ ଇଚ୍ଛା, ଶ୍ରୀ ପତିତ ପାବନ ପୂରଣ କରନ୍ତୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract