STORYMIRROR

Asit Kumar

Inspirational

4  

Asit Kumar

Inspirational

ଜନ୍ମ ଭୂମୀ ଭାରତବର୍ଷ

ଜନ୍ମ ଭୂମୀ ଭାରତବର୍ଷ

1 min
367

ଜନ୍ମ ଭୂମୀ ମୋ ଭାରତବର୍ଷ

କଳା ସ୍ଥାପତ୍ୟ ଯାର ଉତ୍କର୍ଷ

କେତେ ଭାଷା କେତେ ଜାତି ଧର୍ମ

ସଭିଏ ଏକାଠି ପରିବାର ସମ

ଗାନ୍ଧୀ ଗୋପବନ୍ଧୁ ଯା ଆଦର୍ଶ

ଜନ୍ମଭୂମୀ ମୋ ଭାରତବର୍ଷ ।


ହିମ ଗିରିବର ମୁକୁଟ ଯାର

ଗଙ୍ଗା ଗୋଦାବରୀ କଣ୍ଠ ହାର

ମହୋଦଧି ଯାର ଚରଣ ଧୋଏ

ସବୁଜ କାନନ ପରାଣ ମୋହେ

ଭବ୍ୟ ସଂସ୍କୃତି ଚକିତ ବିଶ୍ଵ

ଜନ୍ମଭୂମୀ ମୋ ଭାରତବର୍ଷ ।



विषय का मूल्यांकन करें
लॉग इन

Similar oriya poem from Inspirational