ମଧୁ ପାର୍ବଣ
ମଧୁ ପାର୍ବଣ
1 min
656
ଘଣ୍ଟା ଢ଼ୋଲ ମାଦଳର
ପଟୁଆର ନେଇ
ଦେବୀ ଆସନ୍ତି ମଣ୍ଡପକୁ
ନବ ପତ୍ରିକାକୁ ପଟ୍ଟବସ୍ତ୍ରରେ
ଆଚ୍ଛାଦନ କରି
ମୃଣ୍ମୟୀ ମୂର୍ତ୍ତି ପାଖରେ
ସଜେଇ ଦିଅନ୍ତି ଗୋସେଇଁ ।
ଧୂପ ଦୀପ ନୈବେଦ୍ୟରେ
ଆରାଧନା ଚାଲେ ଦେବୀ ଙ୍କର।
ମଣ୍ଡପର ଝୁଣା ବାସ୍ନା ଠୁଁ ଦୁରରେ
ଅନ୍ୟ ଏକ ଦେବୀଙ୍କ ଯୁଧ୍ୟ ଚାଲେ
ସୁମ୍ଭ ନିସୁମ୍ଭ ମାନଙ୍କ ସହ ।
ଦ୍ବି ଭୁଜା ଦେବୀଙ୍କ ଆଡକୁ
ଆଗେଇ ଯାଏ ମହିଷାସୁର ମାନଙ୍କ
ବାସନା ବ୍ୟାକୁଳ ଦଶଭୁଜ
ଦେବୀ ହୁଅନ୍ତି ଅନାଭରଣ
ଶୁଷ୍କ ପତ୍ରରର ମର୍ମିରରେ
ଚାପି ହୋଇଯାଏ ଘଣ୍ଟା ମାଦଳର
ଶବ୍ଦ ସହ ଦେବୀଙ୍କ ଚିତ୍କାର ।
