STORYMIRROR

Monalisa priyadarsini Nanda

Inspirational

4  

Monalisa priyadarsini Nanda

Inspirational

ଜୀବନର ନିରାଟ ସତ୍ୟ

ଜୀବନର ନିରାଟ ସତ୍ୟ

1 min
321

ମୁଁ ଯେ ଅଟେ ଅତିଥି ଅଳପ ଦିନର 

ଜାଣିପାରନ୍ତିନି କିଏ ମୋହରି ଅନ୍ତର 


ଚାହେଁ ନାହିଁ କାହାକୁ ଦୁଃଖ ଦେବାକୁ 

ଚିନହୀନି କେବେ ମାୟା ର ସଂସାରକୁ 


ନିଜଲୋକ ହୃଦୟକୁ ବୁଝିପାରିଲେନାହିଁ 

ଅନ୍ୟଠୁ କାହିଁ ସ୍ନେହ ଆଶା କରିବି ମୁହିଁ 


ମିଛ ମରୀଚିକା ପଛେ ଧାଇଁବି କାହିଁକି 

ଜଳଦ ମୋର ବନ୍ଧୁ ମୋତେ ଜଣାନାହିଁକି? 


ଆସିଛି ଏକା ଯିବି ମୁଁ ଏକା ରୋଷ କାହଁକି 

ଜାଣିପାରୁନି ମୁଁ ସଂସାର ମାୟାରେ ପଡିକି 


ଆତ୍ମାର ତ ମୃତ୍ଯୁ ନାହିଁ ଜାଣିଛି ମୁହିଁ 

କେତେ ଶରୀରେ ବସା ବାନ୍ଧୁଛି ସେହି 


ହୃଦୟର କାଗଜରେ ରକ୍ତର ସ୍ୟାହୀ ଦେଇ 

ଲେଖିବି,ସଦା ଅନ୍ୟର ଉପକାରକରିବିମୁହିଁ 


ସନମାନ ଯେଉଁଠି ମିଳେ ସେ ସ୍ଥାନକର ଗ୍ରହଣ 

ଆସନମାନ ସ୍ଥାନ ପରିତ୍ୟାଗ କର ତତକ୍ଷଣ 


ତୁମକୁ ଯେ ଭଲ ପାଏ ତାକୁ ଭଲ ପାଅ ତୁମେ 

ଘୃଣା କରେ ଯେ ତୁମକୁ ଭୁଲିଯାଅ ତାକୁ କ୍ରମେ 


ସଂସାରର ଏ ହିତ ଅଟେ ନିରାଟ ସତ୍ୟ 

ଏହିଭଳି ଜାଣିବ ନିଜ ଜୀବନର ପଥ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational