STORYMIRROR

Pritipadma Das

Abstract

3  

Pritipadma Das

Abstract

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
342

ଛଳନା ପୂର୍ଣ୍ଣ ଜୀବନ ଯୁଦ୍ଧରେ

ଡର ନାହିଁ କେହି ଡର ନାହିଁ

ଚକ୍ରବ୍ଯୁହ ରଚନା ହେଉଛି ହେବ

ତୁମେ କିନ୍ତୁ ଦମ୍ଭ ଧର

ହସ୍ତେ ଧର ସତ୍ଯ ନ୍ଯାୟର ଅସ୍ତ୍ର

ଜିଗୀଷାକୁ କର ନିଜ ମାନସପୁତ୍ର

ଦେବଙ୍କ ଆଶିଷକୁ କରି ସାରଥୀ ତୁମର

ବଜାଇ ଦିଅ ବିଜୟର ଶୁଭ ଶଙ୍ଖ

ଡର ନାହିଁ ତୁମେ ଡର ନାହିଁ

ଦେଖି ମାୟାବୀଙ୍କ ରକ୍ତାକ୍ତ ଶରୀର

ଜିତିବ ତୁମେ ନିଶ୍ଚେ ଜିତିବ

ଡେଇଁ ଯିବ ନିଶ୍ଚେ ଚକ୍ରବ୍ୟୁହର ସରହଦ


ଡର ନାହିଁ କେହି ଡର ନାହିଁ

କୁଚକ୍ରାନ୍ତ ରଚନା ହେଉଛି ହେବ

ଅଧର୍ମୀଙ୍କ ବିରାଟ ଶିବିରରେ

ତୁମେ କିନ୍ତୁ କରନାହିଁ କର୍ଣ୍ଣପାତ

ବରଂ ତେଜୀୟାନ କରିଦିଅ

ନିଜ ଶିବିରର ଆଶାଦୀପକୁ

ଚିନ୍ତି ଚାଲ ଧର୍ମପୂର୍ଣ୍ଣ ରଣକୌଶଳ

ନବପ୍ରଭାତ ଆସିବ ନିଶ୍ଚେ ଆସିବ

ବୃଦ୍ଧି କରିଦିଅ ତୁମ ପ୍ରୟାସର ପରିଧି

ଥକିପଡନା କେବେ ଅଟକିଯାଅନା

ବିଜୟ ଲଭିବା ଯାଏ ଜାରିରଖ ପ୍ରୟାସ



ଡର ନାହିଁ କେହି ଡର ନାହିଁ

ଚତୁର୍ଦିଗୁ ମାରଣାସ୍ତ୍ର ଆସୁଛି ଆସିବ

ଅଧର୍ମୀଙ୍କ କପଟୀ ତୂଣୀରରୁ ବାହାରି

ତୁମେ କିନ୍ତୁ ଭୟ କରନା

ଦେଖି ଅସ୍ତ୍ରର ଭୟଙ୍କର ରୂପ

ବରଂ ତୁମେ ବି ଯୋଖିଚାଲ

ସ୍ୱଧର୍ମେ ସ୍ୱକର୍ମେ ପ୍ରାପ୍ତ ହୋଇଥିବା

ସତ୍ୟ ଧର୍ମର ବ୍ରହ୍ମାସ୍ତ୍ର

ବିଜୟ ମିଳିବ ନିଶ୍ଚେ ମିଳିବ

ପ୍ରତାରଣାପୂର୍ଣ୍ଣ ଯୁଦ୍ଧର ହେବ ନିଶ୍ଚେ ଅନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract