ଜୀବନ ଦାସ -1
ଜୀବନ ଦାସ -1
ଜୀବନର ମେଟ୍ରୋ ଏଠି
ଅହରହ ଦୌଡୁଥାଏ
ଆରମ୍ଭରୁ ଶେଷ ଯାଏଁ
କର୍ମର ଟ୍ରାକ ଉପରେ
ଦୁଃସମୟର ବୋଝ ବୋହୁଥାଏ
ଜୀବନ ଦାସ
ଷ୍ଟେଟନର କୁଲିଟିଏ ହୋଇ
ନିରବ ରାତିରେ
ମହାନଗରୀର ଛାତିରେ
ଗ୍ରାହକ ଅପେକ୍ଷ୍ୟାରେ ଛିଡାହୋଇଥିବା
ବେଶ୍ୟା ପରି ଜୀବନ
ସାଦାଦୋସା ଅବା କଦଳୀ ବ୍ରେଡରେ
ଭୋକ ମେଂଟାଏ ଜୀବନ,
ଜୀବନ ଏଠି ଗୋଟେ ପୁରୁଣା ଦସ୍ତାବିଜ
ଯାହା ମୂଲ୍ୟହୀନ ,
ଅନ୍ୟପାଇଁ ଦୀପପରି ଜଳିଜଳି
ପାଉଁଶ ହେବାକୁ ତାର ଜନ୍ମ
