STORYMIRROR

Bhaskar Chandra Tripathy

Inspirational

3  

Bhaskar Chandra Tripathy

Inspirational

ଜହ୍ନର ଜାଗର

ଜହ୍ନର ଜାଗର

1 min
238

ହାତ ଗଣତି ନିଃଶ୍ୱାସ ପ୍ରଶ୍ୱାସର ବଂଧନୀ ଭିତରେ

ସନ୍ତାପିତ ବିନ୍ଦୁଏ ଜୀବନ

ଆଖିଏ ଆପଣାପଣ ଆଞ୍ଜୁଳେ ଅନୁରାଗରେ

ଲେଖାଯାଏ ସଂପର୍କର ସୂକ୍ଷ୍ମ ସଂବିଧାନ

ଦେବା ନେବାର ଗଣିତ ଖାତା କ'ଣ ଦର୍କାର

କ'ଣ ଦର୍କାର ନିତି ସେଇ ପୁରୁଣା ମିଶାଣ ଫେଡ଼ାଣ?

ଜୀବନ ତ ପ୍ରତି ମୁହୂର୍ତ୍ତରେ ଆରମ୍ଭ ହୁଏ

ଆଉ ପର ମୁହୂର୍ତ୍ତରେ ସରି ବି ଯାଉଥାଏ

କେତେ ଆଉ ଆୟ ବ୍ୟୟର ହିସାବ କରିବା

ଏବେ ଚାଲ ନିସର୍ତ୍ତରେ ସଭିଙ୍କୁ ଭଲ ପାଇବା

ଟିକିଏ ଦୁର୍ଲ୍ଲଭ ସଂପର୍କ ପାଇଁ

କେତେ ଆଉ ମୂଲଚାଲ କରୁଥିବା?

କେତେ ଆଉ ରଖୁଥିବା ସର୍ତ୍ତ ପରେ ସର୍ତ୍ତ

ପ୍ରତାରଣାର ପାଣିଚିଆ ହସରେ

କାହିଁକି ଯେ ନିଜେ ପୁଣି ନିଜକୁ ଠକିବା?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational