STORYMIRROR

Bhaskar Chandra Tripathy

Others

3  

Bhaskar Chandra Tripathy

Others

ଆଖି ବୁଜିଦେଲେ

ଆଖି ବୁଜିଦେଲେ

1 min
931


ଆଖି ବୁଜିଦେଲେ ସେଠି

ବୁଜି ହେଇଯାଏ ଖୋଲାଥିବା କବାଟ ଝରକା

ପୁଣି ଥରେ ଶବ୍ଦମୟ ହୋଇଯାଏ

ନିଷିଦ୍ଧ ଡାଇରୀରେ ଧାଡି ଧାଡି ନୀରବ କବିତା

ଝର୍କା ସେପାଖେ ଚାହିଁ ବସିଥାଏ

ପୁଣି ଗୋଟେ ବେପରୁଆ ବିନ୍ଦାସ୍ ସକାଳ

ଏ ପାଖେ ରାତିର ସୋରିଷ କ୍ଷେତରେ

ଖେଳୁଥାଏ ସୁନା ସୁନା ସ୍ୱପ୍ନର ଫସଲ

କିଛି ପାପର, ଆଉ କିଛି ପୂଣ୍ୟର ।

ଆଖି ବୁଜିଦେଲେ ଏଠି

ଲୁଚିଯାଏ ଡ୍ରଇଂରୁମ୍ କାନ୍ଥରେ ଲଟକିଥିବା

ଦାମି ଦାମି ଚିତ୍ରଂକର ଗୁମ୍ ସୁମ୍ ମୁହଁ

ଚିମିନିରୁ ଉଠୁଥାଏ ଈର୍ଷା ଆଉ ଅସୂୟାର ଧୂଆଁ

ତରଳି ଯାଉଥାଏ ଜହ୍ନ ଆଉ ତାରାଙ୍କର ଦେହ

ବାଲ୍କୋନୀର ସେପାଖରୁ ଭାସିଆସେ ଖରାଦିନ

ବର୍ଷାରେ ବତୁରା ଅସରାଏ ଜହ୍ନ ଆଲୁଅ

ଇଛାର ଅନ୍ଧାର ଭିତରୁ ଲମ୍ବି ଆସେ

ଚିହ୍ନା ଚିହ୍ନା ଅର୍ବାଚୀନ ଉଦ୍ଦାମତା

ଲେଖା ହୁଏ ପୃଷ୍ଠା ପରେ ପୃଷ୍ଠା

ପୁଣି ଗୋଟେ ନିଆରା କବିତା ।

ଆଖି ବୁଜିଦେଲେ ଏଠି

ବଦଳି ଯାଏ ପ୍ରଜାପତିର ଚିତ୍ରିତ ଡେଣା

ଲଜ୍ଜାର ପାଚେରୀ ଡେଇଁ

ହୁତୁ ହୁତୁ ଜଳୁଥାଏ ଅସମାପ୍ତ ଭୋକର ନିଆଁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍