STORYMIRROR

BALARAM PUJARI

Inspirational

3  

BALARAM PUJARI

Inspirational

ଈଶ୍ବରକଂ ଭାଡି

ଈଶ୍ବରକଂ ଭାଡି

1 min
352

​ଏଇଠୁ ଆରମ୍ଭ ହୁଏ ସୃଷ୍ଟିର ସର୍ଜନା,

ଆକାଶ, ପାତାଳ,ସ୍ୱର୍ଗ ମର୍ତ୍ତ୍ୟ ବୈକୁଣ୍ଠ

ସବୁର ନାଭିକେଦ୍ର ଏଇ ନଭଶ୍ଚୁମ୍ଭି ଚେତନା

ସବୁ ପ୍ରତିଶ୍ରୁତି ମାନେ ଏଇଠି ରୂପ ବଦଳାଇ

ଉଭେଇ ଯାଆନ୍ତି ଗନ୍ତବ୍ୟ ପଥରେ

ଟାଏଁ ଟାଏଁ ଖରାରେ

ମୁଣ୍ଡରେ ଗାମୁଛା ଟିଏ ଗୁଡାଇ

କାମରେ ଲାଗିପଡନ୍ତି ଈଶ୍ବର

ଢି ଢି ବର୍ଷା ରେ ଛାତଡି ଟେକି ଦେଲେ

ଚୁପ୍ ଚାପ୍ ଘଷି ମାଜି ହୋଇ

ଦୂର କୁ ଚାଲିଯାଆନ୍ତି, ମେଘକନିଆଁ ମାନେ

ଦୁଇ ଚାରୋଟି କରଡାଝାଟି ଝାଟିରେ

ତିଆରି କରନ୍ତି ବିଶ୍ୱକର୍ତ୍ତା

ଏଇ ସୁନ୍ଦର ଭାଡିକୁ

ବୋହିବାକୁ ସମଗ୍ର ବ୍ରହ୍ମାଣ୍ଡର ଭାର ,

ତିନି ଭାଗ ଜଳ ଓ ଗୋଟିଏ ଭାଗ ସ୍ଥଳ ରେ 

ଗଢାହୁଏ ,ନିର୍ବାଣ ର ଆକାଶ ସେତୁ ,

ଭୋକର ପାଣି ପଖାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational