ହରେକୃଷ୍ଣ ମହତାବ
ହରେକୃଷ୍ଣ ମହତାବ
୧୮୯୯ ନଭେମ୍ବର ୨୧
ଭଦ୍ରକର ଅଗରପଡା ଗାଁ,
ଜନ୍ମ ହୋଇଥିଲେ ନବ ଉତ୍କଳ ନିର୍ମାତା
ହରେ କୃଷ୍ଣ ମହତାବ ତାଙ୍କ ନାଁ।
ଭଦ୍ରକ ହାଇସ୍କୁଲ ପାଠ ଶେଷ କରି
ଲେଖାଇଲେ ରେଭେନ୍ସାରେ ନାମ,
୧୯୨୧ ସ୍ବାଧୀନତା ଆନ୍ଦୋଳନେ
ମହତାବ ନେଲେ ଭାଗ।
ବିଦେଶୀ ଜିନିଷ ବର୍ଜନ ପାଇଁ
କରିଲେ ପ୍ରଚାର ଯେବେ,
ପାଠପଢ଼ା ବନ୍ଦ ହୋଇଲା ତାଙ୍କର
ଜେଲଦଣ୍ଡ ସିଏ ଭୋଗେ।
ରାଜନୀତି ,ଶିକ୍ଷା,ସାହିତ୍ୟି କ୍ଷେତ୍ରରେ
ଅବଦାନ ତାଙ୍କ ବେଶି,
ସମାଜ ସେବାରେ ଭୂମିକା ତାଙ୍କର
ଉଲ୍ଲେଖନୀୟ ଅତି।
ଓଡ଼ିଶାର ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ
ନବ ଉତ୍କଳ ନିର୍ମାତା,
୧୯୪୬ରୁ ୧୯୫୦ ଏବଂ୧୯୫୬ ରୁ୧୯୬୧
ଯାଏଁ ଧରିଥିଲେ ଶାସନ କ୍ଷମତା।
୧୯୮୩ ମସିହାରେ ପାଇଥିଲେ
ସାହିତ୍ୟି ଏକାଡେମୀ ପୁରସ୍କାର,
୧୯୮୭ ଜାନୁୟାରୀ ୨ ରେ
ଦେହାନ୍ତ ହେଲା ତାଙ୍କର।
ତାଙ୍କରି ସ୍ମୃତିରେ ସ୍ମୃତିପୀଠ ମାନ
ଓଡ଼ିଶାରେ ପାଏ ଶୋଭା,
ନିଷ୍ଠାପର କର୍ମୀ,ସ୍ବାଧୀନତା ସଂଗ୍ରାମୀ
ବିରଳ ତାଙ୍କ ପ୍ରତିଭା।
ଆଜି ମନେପଡେ ଜନ୍ମ ଜୟନ୍ତୀରେ
ଅମର ମହତ୍ୱ ଗାଥା,
ହେ ମହାପୁରୁଷ ଆଶୀର୍ବାଦ କର
ଚରଣେ ନୂଆଁଏ ମଥା।