ହଁ
ହଁ
ହଁ..
ତୁ ବହୁତ ବଡ଼ ବୋକାଟାଏ..
ଜାଣି ପାରୁନୁ ତୁ କେବେ..
କିଏ ତୋତେ ନେଇ ଖେଳେ..
ସତରେ ଭଲ ପାଏ ତୋତେ କିଏ..
ନା..
କହିବିନି ସବୁ ଦୋଷ ତୋର..
ତୁ ତ କେବଳ ଚାହିଁ ରହିଛୁ..
ଦୁଃଖ ସୁଖ କିଛି ବୁଝି ପାରିବା..
କ୍ଷମତା ମଧ୍ୟ ନାହି ତୋହର...
ତେଣୁ..
ଦୁଃଖରେ କାନ୍ଦୁଛୁ .
ଦିନ ରାତି ଲୁହ ଝରାଇ ମଧ୍ୟ..
କଣ ତୋ ଅନ୍ତ ବେଦନାକୁ..
ବ୍ୟକ୍ତ କରି ପାରିଛୁ??
କହିଲୁ..
ଖୁସିରେ କାନ୍ଦି ପକାଉଛୁ..
କିନ୍ତୁ ଏପରି କରି କଣ..
ନିଜ ଆନନ୍ଦର ପରିସୀମା..
ତୁ କାହାକୁ ଜଣେଇ ପାରୁଛୁ??
ଯାଃ..
ସବୁ ଦେଖୁଛୁ କହୁଛୁ..
କିନ୍ତୁ ସତ କହିଲୁ ଥରେ..
ଏଇ ଦେଖି ଦେଖି କରି..
ତୁ କଣ କାହାକୁ ଚିହ୍ନି ପାରିଛୁ??
କିନ୍ତୁ..
ତୁ ମୋ ନିଜର..
ମୋ ମନ ଦର୍ପଣଟି ପରା.
ହୃଦୟର ସ୍ପର୍ଶରେ ସିକ୍ତ..
ତୁ ମୋ ଆପଣା ଅତି ପ୍ରିୟ..
ଚକ୍ଷୁ ନିଃସୃତ..ପ୍ଲାବିତ...ଲୋତକ ଧାରା..