STORYMIRROR

Sarojini jena

Inspirational

4  

Sarojini jena

Inspirational

ହେ ନାବିକ ତୁମେ

ହେ ନାବିକ ତୁମେ

1 min
233


ଜୀବନ ନାଆର ନାବିକ ତୁମେ ତ

ପଥ କାହିଁ ମୋର ଜାଣେନା,

ସଳଖି ଧରିବ ମୋ ଜୀବନ ମଙ୍ଗ

ଏତିକି କିଆଁ ତ ବୁଝନା ।


ଜାଣେନା ପଥ ମୋ କଣ୍ଟକରେ ଭରା

ଆଶାଭରସା ମୋ ପାଏନା,

କହିକି ପାରିବ ହେ ଜଗତନାଥ

ତୁମ ବିନା ପ୍ରଭୁ ରହି ପାରେନା ।


ସବୁରି ଜଂଜାଳ ତୁମକୁ ସମର୍ପି

ନିଶ୍ଚିନ୍ତେ ବସିଛି ସଂସାରେ,

ତୁମେ ଥିଲେ ମୋର କଣ୍ଟକିତ ପଥ

ଫୁଲ ହୋଇଯିବ ଅଚିରେ ।


ବୈଶାଖୀର ତାତି ଶ୍ରାବଣର ଝର

ଆସି ଫେରିଯିବ ଜୀବନେ,

ଜାଣିଛି ତୁମେ ମୋ ଅତୁଟ ବିଶ୍ୱାସ

ତଥାପି ଏ ମନ ହରେନା ।


ଲହୁ ଲୁହାଣ ମୋ ପାଦ ତ ହୋଇଛି

ତଥାପି ତୁମକୁ ଛାଡେନା,

କେତେ ପରୀକ୍ଷା ମୁଁ ତୁମ ଦରବାରେ

ଦେଇଛି ପ୍ରଭୁ ହେ ହିସାବ କେବେ ତା ରଖେନା ।


ଶୟନ,ସପନେ ଅବା ଜାଗରଣେ

ତୁମ ପ୍ରତିଛବି ଆଙ୍କିଛି,

ହୃଦୟରେ ମୋର ତୁମେ ସଖା ପ୍ରଭୁ

ପ୍ରେମ ଡୋରେ ମୁଁ ଯେ ବାନ୍ଧିଛି ।


ଭୁଲିଯାଅ ତୁମେ ଏ ଛାର ଜୀବନ

ତୁମକୁ ମୁଁ କେବେ ଭୁଲେନା,

ହେଉ ଜହ୍ନ ରାତି ହେଉ ଅମା ରାତି

ସ୍ବପ୍ନ ତୁମ ପାଇଁ ତୁଟେନା ।


ପାହାନ୍ତି ରାତି ମୋ ନିଶିଥ ପ୍ରହରେ

ଆସିଥାଅ ମୋର ହୃଦୟେ,

ଭାବେ ମୁଁ ଏକାକୀ ହେ ବିଶ୍ୱ ଵିହାରୀ

ତୁମ ଆଶିଷ ଲଭଇ ସାଦରେ ।


Rate this content
Log in

Similar oriya poem from Inspirational