ହେ ମୃତ୍ୟୁ
ହେ ମୃତ୍ୟୁ
ହେ ମୃତ୍ଯୁ,
ଆସିବାର ସଙ୍କେତ
ଦେଇତ ସାରିଛ ।
ନିର୍ଦ୍ଦେଶ ଦେଇଛ
ଛିଣ୍ଡାଇ ବନ୍ଧନ
ପ୍ରସ୍ତୁତ ହେବାପାଇଁ
ଯିବାପାଇଁ ତୁମ ସାଥେ।
ଆସ ଆସ ବନ୍ଧୁ
ଆପ୍ଯାୟିତ କରିବି ମୁଁ,
ଦେଇ ମୋ' ଜୀବନ
ଡରି ନାହିଁ କେବେ
ଯିବାପାଇଁ ତୁମ ସାଥେ ।
ପ୍ରସ୍ତୁତ ମୁଁ ବହୁତ ପୂର୍ବରୁ
ସାଥେ ତବ ଯିବାପାଇଁ
କର ଆଲିଙ୍ଗନ ତୁମ
ଲୀନ ହେବା ପାଇଁ ।
