STORYMIRROR

Pramit Mohapatra

Comedy Others

2  

Pramit Mohapatra

Comedy Others

ହାଏରେ ମୋ' ପାୱାର ଚଷମା -୧୬

ହାଏରେ ମୋ' ପାୱାର ଚଷମା -୧୬

1 min
13.6K


ଗରମ ଆସୁଛି ଗଲାଣି ଶୀତ,

କରେଣ୍ଟ କଟିଙ୍ଗି ହେଲାଣି ମିତ,

ବାରମାସୀ ଏଇ ନିର୍ଲଜ ମନ,

ଚାହା, ପାନ ଲାଗି ହୁଏ ଉଚ୍ଛନ୍ନ।

ଅସମୟେ ନେଲି କଡ଼ା ସେ ଚାହା,

ମନେ ପଡ଼ି ଗଲା ମୋ' ଜେଜେ ମାଆ,

ପେଟକୁ ଆଉରେ ସମ୍ଭାଳେ କିଏ,

ଘର ଅଭିମୁଖେ ଗାଡ଼ି ଛୁଟାଏ।

ବାରି ଅନ୍ଧାରରେ ଖୋଜି ମୋ' ଲୁଙ୍ଗି,

ପିନ୍ଧୁଅଛି ଭାଇ କୁଞ୍ଚକୁ ଭାଙ୍ଗି,

ମନେ ପଡ଼ିଗଲା ମହାଭାରତ,

ସରୁ ନାହିଁ କୁଞ୍ଚ ହୁଏ ଚକିତ।

ପୁଣିରେ ପାୱାର ଚଷମା ମୋର,

ଅସମୟେ କରୁ ହରବର,

ଲୁଙ୍ଗି ସେ ନଥିଲା, ଥିଲାରେ ଶାଢ଼ୀ,

ଶୁଖାଇ ଥିଲାରେ ପଡ଼ିଶା ବୁ଼ଢ଼଼ୀ।

-ମୁନ୍ନା ମହାପାତ୍ର, ଗୁଣପୁର-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy