Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Classics Others

4  

Antaryami Sahu

Classics Others

ଗୋପୀଙ୍କ ଶୋକ

ଗୋପୀଙ୍କ ଶୋକ

1 min
173


ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ |

  ଝରାନ୍ତି ଆଖିରୁ ଲୁହ

  ଗୋପ-ଗୋପାଳୁଣୀ

ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୧।।


ମତ୍ତ ଗର୍ବେ ଗୋପୀ ଯେ ଅନ୍ଧ

       ଗର୍ବଗଞ୍ଜିଲେ ଦଇତାରୀ ।

ଅନ୍ତର୍ଦ୍ଧାନ ହେଲେ ପ୍ରଭୁ . . .

ଛାଡ଼ି ଗୋପାଳୁଣୀ ।

ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୨।।


କୃଷ୍ଣ ନ ପାଇ ଗୋପୀ ହେଲେ ବାୟାଣୀ

      ଅତି ବିକଳେ ରୋଦନ୍ତି ,

କେଣେ ଗଲ ନଟବର ଚାନ୍ଦ

    ହେ ପ୍ରାଣବନ୍ଧୁ ଶ୍ରୀପତି ।

ମଦୋନ୍ମତ୍ତ ଗଜ ତୁମ୍ଭେ . . .

ଆମ୍ଭେ ଯେ ହସ୍ତିନୀ ।

ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୩।।


ଢ଼ାଲି ଦେଲ ପ୍ରିତୀର ପିୟୁଷ

      ନାନାମତେ ଶୃଙ୍ଗାର ରସ,

ଭୁଲି କେମିତି ପାରିବୁ ପ୍ରଭୁ

  ପ୍ରେମୋନ୍ମତ୍ତ ହେ ଗୋପୀ ପ୍ରାଣେସ ।

ଗୋପୀ ଚିତ୍ତ ଚୋର..

କାହ୍ନୁ ବ୍ରଜ ଶିରୋମଣୀ ।

ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୪।।


ତରୁ ଲତା ପଶୁ ଯେ ପକ୍ଷୀଙ୍କି

   ଗୋପୀଏ ପଚାରି ବୁଝନ୍ତି,

ମଲ୍ଲୀ ମାଳତୀ, ଜୁଇ, ଟଗର

   ଗୁଳ୍ମ, ତୁଳସୀ ବୃକ୍ଷକୁ ପୁଛନ୍ତି ।

କହଲୋ ତୁଳସୀ . . . .

ଦେଖିଛୁ କି ବେଣୁପାଣି ।

ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୫।।


(କ୍ରମଶଃ . . .)



Rate this content
Log in

Similar oriya poem from Classics