Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta M

Inspirational

4  

Ramakanta M

Inspirational

ଗୋମାତା

ଗୋମାତା

1 min
208



ଏଇ ମୋ ଭାରତ  ପୂଣ୍ୟ ଦେବଭୂମି

     ତାର ଧର୍ମ ସନାତନ

ସୁଖ ପ୍ରଦାୟିନୀ  ଗୋମାତା ଜନନୀ

    ଦେବୀଙ୍କୁ ଦିଏ ସମ୍ମାନ ।


ପୁରାଣ ମତରେ  ଗୋମାତା ହୃଦରେ

    ତେତିଶ କୋଟି ଦେବତା

ମୁଖ ମଣ୍ଡଳରେ   ଚାରି ବେଦ ସ୍ଥିତ

    ସେ ଲାଗି ସିଏ ପୂଜିତା ।


ସହି ଖରା ବର୍ଷା   ଶୀତର ପ୍ରକୋପ

    କରିନାହିଁ ଦୁଃଖ ମନ

ସଂସାର ମଙ୍ଗଳ ହିତରେ ଗୋମାତା

    ପଞ୍ଚଗବ୍ୟ କରେ ଦାନ ।


 ପଞ୍ଚଗବ୍ୟ ତାର    ସୁନ୍ଦର ସୃଷ୍ଟିର

    ପରିବେଶ ବିଶୋଧକ

ପୁଷ୍ଟି ପ୍ରଦାୟକ    ଜୀବନ ରକ୍ଷକ

     ଭକ୍ତି ଭାବ ପ୍ରଦାୟକ ।


ଦ୍ୱାପରରେ ସ୍ୱୟଂ   କୃଷ୍ଣ ଭଗବାନ

     ଶ୍ରଦ୍ଧା ଭାବ ରଖି ଚିତ୍ତେ

ଗୋ ସେବା ମହିମା ପ୍ରଚାର କରି ସେ

    ରଖିଲେ ଯଶ ମରତେ ।


ଗୋମୟରେ ମାତା ସମ୍ପଦଦାୟୀନି

     ଲକ୍ଷ୍ମୀ ହ୍ୱନ୍ତି ବିରାଜିତ

ବିଧାତା ନନ୍ଦନ     କରନ୍ତୁ ପାଳନ

    ଐଶ୍ୱର୍ଯ୍ୟ ହେବେ ପ୍ରାପତ ।


ସତୀ ସତ୍ୟବାଦୀ ନିର୍ଲୋଭ ଓ ଦାନୀ

    ଗୋମାତା ବେଦ ବ୍ରାହ୍ମଣ

ସାତ ମହାଶକ୍ତି    ଉପରେ ନିର୍ଭର

    ସର୍ଵଜୀବଙ୍କର ପ୍ରାଣ ।


ଏ ମାୟା ସଂସାରେ ପାମର ମାନବେ

    ଗୋମାତାକୁ କରି ସଂହାର

ବିନାଶ ପଥକୁ     କରେ ନିମନ୍ତ୍ରଣ

     ଖୋଲାଅଛି  ନର୍କଦ୍ୱାର ।


ବେଳ ଥାଉ ଥାଉ   ହୁଅ ସଚେତନ

     ଜୀବ ଶ୍ରେଷ୍ଠ ନାରୀ ନର

ଗୋମାତା ପୂଜନ   ଶାନ୍ତି ଆବାହନ

    ମର୍ତ୍ତ୍ୟ ହେବ ସ୍ୱର୍ଗପୁର ।



Rate this content
Log in

More oriya poem from Ramakanta M

Similar oriya poem from Inspirational