STORYMIRROR

Rasmita Patra

Abstract

4  

Rasmita Patra

Abstract

ଗୋଧୂଳି ଲଗନ

ଗୋଧୂଳି ଲଗନ

1 min
174


ଦୂର ତାଳବଣ ଶୋଭା ମନଲୋଭା

ଗୋଧୂଳି ଲଗନ ବେଳ

ଦେଖି ଏ' ନବୀନ ରୂପକାନ୍ତିମୟ

ହୃଦ ହୁଏ ସୁଶୀତଳ।


ପଶ୍ଚିମ ଆକାଶେ ବୁଡିଲେଣି ରବି

ଦୂର ନାରିକେଳ ବନେ

ନୀଡ ବାହୁଡ଼ା ବିହଙ୍ଗେ ନୀଡ଼କୁ

ବହୁଡିଲେ ଖୁସି ମନେ।


ଗୁଞ୍ଜରିତ ତା'ଙ୍କ କଣ୍ଠ ନାଦ ଶୁଭେ

 କିଚିରି ମିଚିରି ରାବ

ସୁନ୍ଦର ସନ୍ଧ୍ୟାର ଆଗମନ ଲଭି 

ଦିବ୍ୟତା'ର ଭାବ।


ଦୂର ଦିଗବଳୟ ସତେ କି' ବିଭୋର

ମାଟି ଆକାଶର ସୁରେ  

ପ୍ରକୃତି ରାଣୀର କୋଳରେ ସଜାଇ

ପୁଣି ପାଦପର ଶିରେ।


ଆକାଶରେ ଭସା ବାଦଲର ମୁହଁ

ନୀଳ ଓଢ଼ଣୀର ତଳୁ

ଜଳେ ପ୍ରତିବିମ୍ବ ବଉଦ ତରଣ

ସତେ ଲୁଚକାଳି ଖେଳୁ।


ଅପରାହ୍ନ ଏଇ' ବିଦାୟ ବେଳାରେ

ଆସେ ଦିନ ନଇଁ ନଇଁ

ଆକାଶେ ପୁଣି ଫୁଟି ତାରା ଫୁଲ

ଆସୁଛି ସଞ୍ଜ ସଜେଇ ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract