STORYMIRROR

Subash Tripathy

Inspirational

3  

Subash Tripathy

Inspirational

ଘର ବାହୁଡ଼ା

ଘର ବାହୁଡ଼ା

1 min
189


ଆଜି ଅଛେ କାଲି ଡ଼ାକରା ଆସିବ

ବାହୁଡ଼ିବା ନିଜ ଘର

କେତେଦିନ ଆଉ ଭଡ଼ାଘରେ ଥିବା

କିଏବା ଏଠି ନିଜର ।


ଆସିଥିଲେ ଏକା ଯିବା ଏକା ଏକା

ସେ ଘର ତ ଆପଣାର

କାହାକୁ ସାଙ୍ଗରେ ନେବାକୁ ହେବନି

କରି ଦେଇଯିବା ପର ।


ବାହୁଡ଼ିବା ଆଗୁ ଯେତକ କରମ

ବାକି ସବୁ ଅଛି ରହି

ସମୟ ଥାଇ କି କରିଦେଲେ ଭଲ

ପଛେ କହିବେନି କେହି ।


ଯେତେ ଅହଂକାର ଯେତେ ଅଭିମାନ

ମନରୁ ଦେଇ ଦୂରେଇ

କିଛି ପ୍ରେମ ସ୍ନେହ ବାଣ୍ଟିଦେଇ ଯିବା

ସମସ୍ତଙ୍କୁ ଆପଣେଇ ।


ଲୋଭ ମୋହ କେବେ ନରଖିବା ମନେ

ଗଲାବେଳେ ଥିବ ଶାନ୍ତି

ସଂସାରର ସବୁ ବୋଝକୁ ମୁଣ୍ଡେଇ

ହେବାନି ଜମାରୁ କ୍ଳାନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational