ଗଡ଼ି ଗଡ଼ି ଆସେ ରଥ
ଗଡ଼ି ଗଡ଼ି ଆସେ ରଥ
ଗଡ଼ି ଗଡ଼ି ଆସେ
ପୁରୀ ବଡ଼ ଦାଣ୍ଡେ
ଚତୁର୍ଦ୍ଧା ମୂର୍ତ୍ତି ର ରଥ
ଗହଗହ ଲୋକ
ଦର୍ଶନାଭିଳାଶେ
ଚାହିଁ ଥାନ୍ତି ତାଙ୍କ ପଥ।
ନନ୍ଦିଘୋଷ ରଥେ
ବସି ଥାଇ ଜଗା
ହସୁ ଥାନ୍ତି ଖିଲି ଖିଲି ।
ମାଉସୀ ମା ଘରେ
ପହଞ୍ଚିବେ ବୋଲି
ତର ତର ମନେ ଖାଲି।
ଭାଇ ସେ ବଳିଆ
ଭଉଣୀ ସୁଭଦ୍ରା
ସାଥେ ସୁଦର୍ଶନ ଚକ୍ର
ସମସ୍ତ ଙ୍କୁ ନେଇ
ସାଙ୍ଗ ସାଥି ହୋଇ
ବୁଲନ୍ତି ଗୁଣ୍ଡିଚା ଯାକ।
ଲକ୍ଷ୍ମୀ ମାତାଙ୍କ ର
ରାଗ ଗର ଗର
ଥାନ୍ତି ସେ ଏକା ଘରେ
ହେରା ପଞ୍ଚମୀ ରେ
ରଥ ଭାଙ୍ଗିଥାନ୍ତି
ଅଧ ରାତି ହେବା ପରେ।
ନଅ ଦିନ ପରେ
ବାହୁଡିବେ ଜଗା
ଗୁଣ୍ଡିଚା ରୁ ଶ୍ରୀମନ୍ଦିର
ଲକ୍ଷ୍ମୀ ନାରାୟଣ
ଭେଟ ହେବା ପରେ
ବାହୁଡ଼ିବେ ଜଗା ଘରେ।