ଫିବର
ଫିବର
ଘର ଟିଏ ଭାଙ୍ଗିବାକୁ
ଯଥେଷ୍ଟ ଗୋଟେ ବୁଲଡୋଜର
ଇଟା ମାଟି ଟିଣ କାଠ ଚାଳଛପର
ରକ୍ତ ଝାଳ ସ୍ୱପ୍ନ ଆଶା
ଭରସା ଆଖି ପିଛୁଳାକେ
ଚୁରମାର୍
ତମେ ଛାତି କି କରିଦିଅ
ପଥର ।
ଏବେ ଭୁବନେଶ୍ୱର ରାଉରକେଲା
ଦେହରେ ପ୍ରବଳ ଜର
ରୋଗ ଟା ?
ହକି ଫିବର
ତମେ ଅଶିକ୍ଷିତ ଅସନା ଅସୁନ୍ଦର
ଏଠି ସବୁ ରଂଗିନ
ରଂଗିଲା ତାର
ନାଗରୀ ନାଗର
ଆହାର ବିହାର ଶୃଂଗାର
ଏଠି କେବଳ
ଆମର ଅଧିକାର ।
ମୁଣ୍ଡ କୁ ଚଡିଛି ପିତ୍ତ
କଟକ ର ରକ୍ତ
ଟକମକ
ଦେହରେ ପ୍ରଵଳ ତାତି
ମନରେ ମହାନଦୀ ର ଭୋକ ।
ଶୀତ ଜାଡ଼ କାକର
ତମ ସ୍ୱର ଚିତ୍କାର
ସେ କଥା ବୁଝେକି
ବୁଲଡୋଜର
ତମେ ଅସନା ଅସୁନ୍ଦର ଅପରିଷ୍କାର
ସାଟେଲାଇଟ ର
ଆଖି ଖୋଲା
ଦେଖୁଛି ବିଶ୍ୱ ଦରବାର ।