Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational Thriller

4.3  

Gobinda Chandra Sethi

Inspirational Thriller

ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ

1 min
142


ଆଖିରେ ଚଷମା ହାତରେ ଛଡ଼ି

          ଧୋତିଟାକୁ ଆଣ୍ଠୁ ନ ଥିଲା ବୁଡି ।

ବଡ଼ ପାହୁଣ୍ଡରେ କରିଛ ଗତି

          ଧାଉଁଥିଲେ ସର୍ବେ ପଛରେ ନିତି ।


ଦେବଦୂତ ପରି ହୋଇଲେ ଉଭା

         ଦେଶ ବୁଲି ଆମ କରିଲେ ସଭା ।

ନ ଥିଲା ପାଖରେ ଆମର ଅସ୍ତ୍ର

         ଦେଶରେ ବୁଣିଲେ ଅହିଂସା ମନ୍ତ୍ର ।


ଶୁଣିଥିଲୁ ଯେବେ ତୁମ ଆହ୍ୱାନ

          କରିଲୁ ଦେଶକୁ ଆମେ ଆଚ୍ଛନ୍ନ ।

ତୁମ କାରାଦଣ୍ଡେ ଥିଲୁ କାତର

          ନଥିଲା ମୁହଁରେ ଆମ ଉତ୍ତର ।


ଚାଲି ସତ୍ୟ ପଥେ ନକରି ଭୟ

        ସେ ଅସହଯୋଗେ ହେଲୁ ବିଜୟ ।

ଛାଡିଲେ ଫିରିଙ୍ଗି ହଟିଲା ଦଙ୍ଗା 

        ଦେଶରେ ଉଡିଲା ଆମ ତ୍ରିରଙ୍ଗା ।


ଗାଉଛି ଭାରତ ସେ କିମ୍ବଦନ୍ତୀ

         ତୁମ ଜନ୍ମ ଦିନ ଗାନ୍ଧୀ ଜୟନ୍ତୀ ।

ରାଜଘାଟେ ଦେଇ ଶ୍ରଦ୍ଧା ସୁମନ

          ଆଜି କରୁଅଛୁ ତୁମେ ନମନ ।



Rate this content
Log in

Similar oriya poem from Inspirational