STORYMIRROR

Surendra Kumar Mishra

Classics

3  

Surendra Kumar Mishra

Classics

ଦୁର୍ଗତୀ ନାଶିନୀ ଦୁର୍ଗା

ଦୁର୍ଗତୀ ନାଶିନୀ ଦୁର୍ଗା

1 min
272

ଆଶ୍ୱିନ କୃଷ୍ଣ ଅଷ୍ଟମୀ ଶୁଭ ଅବସରେ

ଉତ୍ଥଥିତ ହୁଅ ମା ଦୁର୍ଗେ ଜଗତହିତରେ

ସୁର୍ନିମଳ ନଦ ନଦୀ ପୁଷ୍କରିଣୀ ଜଳ

ଧଉତ କରିବେ ତବ ଚରଣ କମଳ

ସବୁଜ ଗାଲିଚା ଧରା ଯୋଜନ ବିସ୍ତାରି

ତବ ପଦ ସ୍ପର୍ଶେ ଧନ୍ୟ ହେବ ମର୍ତ୍ତ୍ୟ ପୁରୀ


ସୁରମ୍ୟ ପର୍ବତ ମାଳା ଗମ୍ଭୁଜ ପରାଏ

ନୀଳାକାଶ ଦିବ୍ୟ ଚନ୍ଦ୍ର ଯେ ମନେ ହୁଏ

ଉପବନ ସୁସଜ୍ଜିତ କୁସୁମ ଆସନେ

ସୁବାସ ଚହଟେ ମନ୍ଦ ଶୀତଳ ପବନେ

ପ୍ରାଚି ଦିଗେ ଉଷାରାଣୀ କଷାୟ ବସନେ

ସ୍ୱାଗତ ସଙ୍ଗୀତ ଗିରି ନିର୍ଝରିଣୀ ସ୍ୱନେ


ପ୍ରକୃତି ରାଣୀ ଆହା ଶୋଭାର ସମ୍ଭାର

ଦିନୁଦିନ ଖୀଣ ହୁଏ ସ୍ୱାର୍ଥରେ କାହାର

ସାଜସଜ୍ଜା ଦେବୀ ପୂଜା କୃତ୍ରିମ ଦରବେ

ଆଡମ୍ବରେ ଅହ୍ଙଭାବେ ହେଉଅଛି ଏବେ

ତ୍ୟାଗ ନାହିଁ ଭୋଗ ନାହିଁ ସବୁ ଆୟୋଜନ

ପ୍ରତାରଣା ଅସ୍ତ୍ରେ ସଦା ବିତିବାରେ ମନ


ପ୍ରତାପୀ ମଧୁକୈଠର କର୍ଣ୍ଣ ମୂଳୁ ଜାତ

କର୍ଣ୍ଣ ଯନ୍ତ୍ରଣା ରେ ଗାଦି ସଦା ସୁରକ୍ଷିତ

ମୋଟା ଅଙ୍କେ ସିଂହ ଭାଗ କାଢ଼ି ନିଜ ଚଣ୍ଡ

ଯୋଜନା ର ପ୍ରହେଳିକା ଧନ୍ୟ ତାର ମୁଣ୍ଡ

ରକ୍ତ ବୀର୍ଯ୍ୟ ରକ୍ତ ଜାତ ପିଶାଚର ମାନେ

ଗରିବଙ୍କୁ ନ ଛାଡନ୍ତି ନିଷ୍ଠୁର ଏମାନେ


ଜଳ,ଜମି ,ଯୌନ ଲିପ୍ ସୁ ଶୁମ୍ଭ ଯେ ନିଶୁମ୍ଭ

ତାର ସେନା ଭାଙ୍ଗୁଛନ୍ତି ଜନତା ଙ୍କ ଦମ୍ଭ

ସବୁଆଡେ ମାତିଛନ୍ତି ମହିସାର ଚର

ଶିଶୁ କନ୍ୟା, ବୃଦ୍ଧା,ଯୁବା ନ ଥାଏ ବିଚାର

ମଥା ଟେକି ଅଛି ଦୁର୍ନୀତି ର ଦଶ ଶିର

ଦ୍ୱାବିଶ ହସ୍ତକୁ କରିଅଛି ଯେ ବିସ୍ତାର


୧)ଜଳ,୨)ଜମି,୩)ବନଭୂମି୪)ଖଣି ଦ୍ରବ୍ୟ୫)ମଦଭାଣ୍ଡ୬)ଚିଟଫଣ୍ଡ୭)ରାଜକୋଷର ଲୁଣ୍ଠନ୮)କଳାଧନ,୯)ପ୍ରତାପୀଡା,୧୦)ଅବଳା ଦୁଷ୍କର୍ମ

ପାପ ଭାବେ ପ୍ରକମ୍ପିତ ଏହି ଧରାଧାମେ

ଦୁର୍ଗା ନାମେ ଖ୍ୟାତ ମାଗୋ ଦୁର୍ଗତି ନାଶିନୀ

ଶାନ୍ତି ସୁଖ ପ୍ରଦାୟିନୀ କଳୁଷ ନାଶିନୀ

ଆର୍ତ୍ତକଣ୍ଠେ କରୁଅଳି ଘେନ ସଦୟରେ

ଦୁର୍ନୀତି ର ଦଶ ଶିର ଛ୍ଛେଦ କରିବାରେ

ଆନନ୍ଦ ଉଲ୍ଲାସ ସର୍ବେ କରନ୍ତି ତୋ ପୂଜା

ପାପ ନାଶି,ବିଜୟର ଉଡୁ ଧର୍ମ ଧ୍ୱଜା।



Rate this content
Log in

Similar oriya poem from Classics