Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Classics Inspirational

4.8  

Kalpana Satapathy

Classics Inspirational

ଧୂଆଁ ଧୂଆଁ ଆକାଶ

ଧୂଆଁ ଧୂଆଁ ଆକାଶ

1 min
365


ଚୀର ହିରଣ୍ମୟ ସୁନୀଳ ଆକାଶ ଟା ଆଜି

ବାଷ୍ପୀୟ ଧୁଳି କଳା ରେ ଆଛନ୍ନ ହୋଇ

ତା'ର ରଙ୍ଗ ରୂପ ବଦଳାଇ

ଧୂଆଁ ଧୂଆଁ ଆକାଶ ପରି ଦୃଶ୍ୟ ମାନ

ହେଉଛି,ଦୂର ଦିଗବଳୟର ହିରଣ୍ମୟ

ସୀମାରେଖା ତଳେ ଏକ ନିକାଂଚନ ସ୍ଥାନରେ

ଆମେ ଯେପରି ଅଲୋଡ଼ା ମଣିଷ ପରି 

ପଡିରହି ଉପଭୋଗ କରୁଛୁ ଆମେ

ଧୂଆଁଳିଆ ବାଦଲ ଲୁଚିଲା ପରି 

ଜୀବନ ର ସବୁକ୍ଷଣ ଅନୁକ୍ଷଣେ ଅନୁଭବ

କରିପାରୁଛୁ ମହାଜାଗତିକ ର ପରିବର୍ତ୍ତନ 

ଦିନକୁ ଦିନ କଳକାରଖାନା ର ଅଭିବୃଦ୍ଧି ପାଇଁ

ଦିନକୁ ଦିନ ବାୟୁମଣ୍ଡଳ ଦୂଷିତ ହେବାର 

ସଙ୍ଗେ ସଙ୍ଗେ ପ୍ରକୃତି ର ବର୍ଣ୍ଣାଢ଼୍ୟ ଶୋଭା

ଆଜି କ୍ଷୂର୍ଣ୍ଣ ହେଉଛି ଦଳ ଦଳ ହୋଇ

ପକ୍ଷୀମାନଙ୍କର କଳରବ ଆଜି ବି ବିଲୁପ୍ତ

ହେବାକୁ ଯାଉଛି ଏକ ଭିନ୍ନ ଢ଼ଙ୍ଗରେ।

ଧୂଆଁ ଧୂଆଁ ଆକାଶ ର ସୂନେଲି କିରଣ ରେ

ଚତୁପାଶ୍ଵ ର ଦୃଶ୍ୟ ପଟକୁ ଦେଖି ମନେ ହୁଏ

ପୁରୁବ ଦିନର ସୃତିର କାହାଣୀ ଟିଏ

ଯେପରି ଆଜି ମାନସ ପଟରେ ଚିତ୍ରିତ

ହୋଇ ରହି ଯାଉଛି ମନର ସ୍ମୃତି ପଟ୍ଟଳରେ। 



Rate this content
Log in

Similar oriya poem from Classics