Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ଦେହଜଳା ସ୍ମୃତି

ଦେହଜଳା ସ୍ମୃତି

1 min
207


ଶ୍ରାବଣରେ ମୌସୁମୀର ଅହୋରାତ୍ର ଲୁଚକାଳି

          କଷ୍ଟଲାଗେ ସାଥେ ଅସହ୍ୟ ଗୁଳୁଗୁଳି

ପୋକରା ଫସଲ ହେବକି ପାକଳ

          କୀଟଦ୍ରଙ୍ଗଷ୍ଟ କ୍ଷେତ ମାଳମାଳ

କୁହ ! 

   କୃଷକର ଆଶା ହେବ କି ସଫଳ ?


ଚାରିଆଡ଼େ ନୈରାଶ୍ୟର ନଳିନ

       କରେ।ନାରେ ଅଧାମରା ଜୀବିକା ଜୀବନ

ତାରୁଣ୍ୟ କଂକାଳସାର ସ୍ବପ୍ନଚୂର୍ଣ୍ଣ

       ବିଷାକ୍ତ ଭୂତାଣୁ ହାତେ ଜୀର୍ଣ୍ଣଶିର୍ଣ୍ଣ

କୁହ ! 

   ପ୍ରଶାନ୍ତିରେ ପୁରିବ କି ଶତାବ୍ଦୀର ଆଶା-ଢ଼ାଳ ?


ଅଠାଦିଆ ଖାମ୍ ତଳେ ବିକଳାଙ୍ଗ ନ୍ୟାୟ

  ମିଛ ତଦନ୍ତର ଅଙ୍କକଷା ଅତୀବ ଅପ୍ରୀୟ

ମୁଦ୍ରା- ରାକ୍ଷସ ଆଗରେ ଦୁର୍ବଳ ଅସହାୟ

    ଛଳନାରେ ଝରିଯାଏ ନୀରିହ ନିଃସହାୟ

କୁହ ! 

    ଅତୁଲ୍ଯ ଭାରତ କି ହେବ ଅସଫଳ ?


ପରୀକ୍ଷା ନ ଦେଇ ସଫଳତା ଗଗନସ୍ପର୍ଶୀ

   ଗୋଗୁଲ୍ ମାୟାରେ ବାୟା ବିଦ୍ୟାର୍ଥୀ ପାରଦର୍ଶୀ

ଆରକ୍ଷଣ ଚାବୁକ ପ୍ରହାରେ ଭୋଟବ୍ୟାଙ୍କ ସମଦର୍ଶି

    ବିଦ୍ଧ କ୍ରୁଦ୍ଧ ରୁଦ୍ଧ ଆବଦ୍ଧ ଯୌବନ ଦିଶେ ମର୍ମସ୍ପର୍ଶୀ

କୁହ !

ଶିକ୍ଷା ବଗିଚାରେ ଫଳିବ କି ଜ୍ଞାନବିଜ୍ଞାନ-ଫଳ ?


ବର୍ଷାଋତୁରେ ଭେଜାଲ ବାସ୍ନାୟିତ ମାଟି

    ଉତ୍ତରଣ ବାସ୍ନା ବାରି ପାରେନା ନାକକାଟି

ସେ ଦିନର ସୁନ୍ଦରମୁହିଁ ମାନମୟୀ ମୌସୁମୀ 

    ଲାଗୁଛି କଥା- ଛୁରି ଧାବିକା ସନ୍ତ୍ରାସବାଦୀ

ଖିଲିଖିଲି ମଖମଲି ପ୍ରାଣପ୍ରୀୟ। ମୌନାବତୀ 

   ସର୍ପିଣୀ ବାଘୁଣୀ ଶବ୍ଦ-ବୋମା ବର୍ଷିଣୀ ଭଗ୍ରବାଦୀ

କୁହ !

   ଦେହଜଳା ସ୍ମୃତି ହେବ କି ରସାତଳ ?



Rate this content
Log in

Similar oriya poem from Tragedy