STORYMIRROR

Rajashree Khatua

Action

4  

Rajashree Khatua

Action

ଚୀନ୍ କୁ ଚିହ୍ନ

ଚୀନ୍ କୁ ଚିହ୍ନ

2 mins
65

ସମୟ କଷଟି ପଥରରେ ଘଷି

ପଡ଼ିଶା ଚୀନ୍ କୁ ଚିହ୍ନ

କେଡେ କଦାକାର କେଡେ କୁତ୍ସିତ ସେ

କେଡେ ଛୋଟ ତାର ମନ

ତା ଦୃଷ୍ଟିରେ ଆମେ ହିନ

ଅନ୍ୟକୁ ଭାବୁଛି ବହୁତ ଦୁର୍ବଳ

ନାହିଁ ତା ବିବେକ ଜ୍ଞାନ । (୧)

ଏମିତି ପଡ଼ିଶା ପାଖେ ଥିଲେ ରହି

କିବା ଆସେ ଅବା କାମେ

ପ୍ରତିକ୍ଷଣେ ଯିଏ କଳି ଲଗାଉଛି

କ୍ରୋଧ କରି ମନେ ମନେ

ଦେବାକୁ ଆମକୁ ପାନେ

ଆର ପଡ଼ିଶାକୁ ସାଙ୍ଗ କରୁଅଛି

ଶିଖାଇ ତା କାନେ କାନେ । (୨)

ଅସ୍ତ୍ର ଶସ୍ତ୍ର ରଖି ଭାବେ ମହାଶକ୍ତି

କରିବ କାୟା ବିସ୍ତାର

ତିବ୍ଦତ ନେଇଛି ଆଉ କିଛି ନେବ

ମନ ହେଉଛି ଅସ୍ଥିର

ଲୋଲୁପ ଦୃଷ୍ଟି ତାହାର

ସଫଳ ହେବନି ଧରା ଥିବାଯାଏ

ଚିନ୍ତା କରୁ ବାରମ୍ବାର । (୩)

ଭାରତ ଉପରେ ମିଥ୍ୟା ଦୋଷ ଲଦି

ଦେଉଛି ଯୁଦ୍ଧ ଡାକରା

ଗର୍ବ ଅହଙ୍କାର ସବୁ ତୁଟିଯିବ

ଧରାକୁ ମଣିଲେ ସରା

ଏକଥା ସତ୍ୟ ପରା

ସଫଳ ହେବନି କେବେବି ତୁମର

ଯୁଦ୍ଧଂଦେହି ଡାକରା । (୪)

ବୁଦ୍ଧ, ଜୈନ, ଗାନ୍ଧୀ ଦେଶର ଜନତା

ପାଳନ୍ତି ଅହିଂସା ନୀତି

କେବେବି କାହାର କରିତ ନାହାନ୍ତି

ବିଶ୍ଵରେ କାହାର କ୍ଷତି

ସହିବା ହୋଇଲେ ଅତି

ଆତ୍ମରକ୍ଷା ଲାଗିି ଯୁଦ୍ଧ କୁ ଡେଇଁବୁ

ମନରେ ନରଖି ଭୀତି । (୫)

ନାଲି ଆଖି ଦେଖି ନରମି ଯିବୁନୁ

ସମର ଶେଷ ନିଷ୍ପତ୍ତି

ନିଷ୍ପତ୍ତି ଆଗରୁ ପୁଣି ଭାବିନିଅ

କିପରି ମିଳିବ ଶାନ୍ତି

ପରୀକ୍ଷା ହୋଇବ ଶକ୍ତି

ଆଜି କାଲି ଯୁଦ୍ଧେ କେହି ଜିତିବେନି

ଶୂନ୍ୟ ହେବ ଧରା ଛାତି । (୬)

ରାଣ୍ଡି ଧାମକାଣ ବନ୍ଧୁକ କମାଣ

ଚଳୁନାହିଁ ଆଜି କାଲି

ଯିଏ ଚାହୁଁଅଛି ଶାନ୍ତି ଭାଙ୍ଗି ଦେବ

ଖେଳିବ ରକ୍ତର ହୋଲି

ଛଡାଇ ଦେବୁ ତା ନାଲି

ଇଛା ନଥିଲେ ବି ପ୍ରହାର କରିବୁ

ଅମୋଘ ଅସ୍ତ୍ର କୁ ଖୋଲି । (୭)

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action