Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Sahu

Romance

3  

Padmini Sahu

Romance

ବର୍ଷା ଗୋ ତୁମେ !!

ବର୍ଷା ଗୋ ତୁମେ !!

1 min
214


ବର୍ଷା ଗୋ ତୁମେ ଅଳସୀ ପ୍ରେୟସୀ

      ରୂପସୀ ନାୟିକାଟିଏ

ପ୍ରେମିକ ପ୍ରବର ସର୍ବେ ଆଜି ତୋର

     ଗଗନ ଠୁ ମାଟି ଯାଏଁ !!

ବର୍ଷା ଗୋ ତୁମେ ନିଦାଘ ଶେଷରେ

      ଅମୃତର ଧାରାଟିଏ

ତୃଷାର୍ତ୍ତ ଧରିତ୍ରୀ କରେ ଆଲିଙ୍ଗନ

     ଯେବେ ଆଗମନ ହୁଏ !!

ବର୍ଷା ଗୋ ତୁମେ ପାହାଡ ସେପାଖ

      ସୁନ୍ଦରୀ ତରୁଣୀଟିଏ

ତୋର ସ୍ପର୍ଶ ପାଇ ଟିକି ଝରଣାଟି

     କୁଳୁକୁଳୁ ଗୀତ ଗାଏ !!

ବର୍ଷା ଗୋ ତୁମେ ଗୋଧୂଳି ଲଗନେ

     ସୂରୁଯ କିରଣଟିଏ

ପ୍ରେମ ରଙ୍ଗେ କର ରଙ୍ଗାୟିତ ଧରା

     ସ୍ୱର୍ଗ ଅପସରାଟିଏ !!

ବର୍ଷା ଗୋ ତୁମେ !! ମେଘ ମହ୍ଲାରର

      ସୁନ୍ଦର ସୃଜନଟିଏ

ରିମଝିମ ସୁରେ ନୂପୁର ବଜାଇ

    ଜ ନମନ ହରିନିଏ !! 

ବର୍ଷା ଗୋ ତୁମେ !! ମରୁଭୂମି ପରେ

     ଅମୃତର ବିନ୍ଦୁଟିଏ

ପାଇ ତୋ ପରଶ କ୍ଷୁଧା, ତୃଷା ହରେ

    ପରାଣ ସଞ୍ଚରି ଯାଏ !!

ବର୍ଷା ଗୋ ତୁମେ !! ବିରହୀ ମନରେ

     ପ୍ରେମର ଝରଣାଟିଏ 

ଓଦା ଜୁଡୁବୁଡୁ ଦେହ ମନ ପ୍ରାଣ

    ବେଦନା ମାଲମଟିଏ !! 

ବର୍ଷା ଗୋ ତୁମେ ଗୋପର ରାଧିକା

     ପ୍ରେମର ପସରାଟିଏ

ପ୍ରୀତିର ଝଙ୍କାରେ ବଇଁଶୀ ବଜେଇ 

     ହୃଦୟକୁ କିଣି ନିଏ !!

ବର୍ଷା ଗୋ ତୁମେ କବି, ଭାବୁକର 

     ସୁନ୍ଦର ଭାବନାଟିଏ 

ଶବ୍ଦ ହୋଇ ଝର କଲମ ମୁନରୁ

    କାହିଁ କେତେ କାଳ ଯାଏ !! 



Rate this content
Log in

Similar oriya poem from Romance