STORYMIRROR

Padmini Sahu

Others

3  

Padmini Sahu

Others

ବର୍ଷା

ବର୍ଷା

1 min
440

ବାଦଲ ବି କଥା କୁହେ 

         ନୀଳ ଆକାଶ ରେ

ବର୍ଷା ଯେବେ ଝରି ପଡେ

          ଫୁଲ ପାଖୁୁଡ଼ାରେ !!!


ବାସ ଯେବେ ଝରିିିଯାଏ 

         ଗୋଲାପ ବଣରେ,

ଆହେତୁକ ଶିହରଣ

         ଜନ ମାନସରେ !!!


ଦେହ ରେ ତା ବୋଳି ହୁଏ

         ଇନ୍ଦ୍ରଧନୁ ରଙ୍ଗ 

ତନୁମନେ ଖେଳିଯାଏ

         ଭାବ ର ତରଙ୍ଗ !!


ବେଳେବେଳେ ଉର୍ମି ମାଳା

         ଛୁଟେ ବାରମ୍ବାର

ଆଉ କେେବେ ନିଃସଙ୍ଗର

         ଅମା ଅନ୍ଧକାର !!


ଭିଜା ଭିଜା ମନ ତଳେ

        ଜଣେ ଆସି ଫେରେ

ଶବ୍ଦ କିନ୍ତୁ ଝରି ପଡେ

         କବି କଲମରେ !!!



Rate this content
Log in