STORYMIRROR

Arati Biswal

Inspirational Children

4  

Arati Biswal

Inspirational Children

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
229

ଭାତହାଣ୍ଡି ସିଏ ଆହାର ଯୋଗାଏ

ବନ୍ଧୁପରା ମାନବର,

ଏନ୍ତୁଡି ଶାଳରୁ ଜୁଇର ପର୍ଯ୍ଯନ୍ତ 

କରିଥାଏ ଉପକାର।


ଅମ୍ଳଜାନ ଦିଏ ଜୀବନ ବଞ୍ଚାଏ

ବାରିପାତର କାରଣ,

ଦୂଷଣ ଦୂରେଇ ସୁଖରେ ରଖଇ 

କରେ ପାଗ ନିୟନ୍ତ୍ରଣ ।


ପ୍ରକୃତି ଆଧାର ସବୁଜ ସଂସାର 

ପରିବେଶ ସନ୍ତୁଳନ 

ବନ୍ୟପ୍ରାଣୀଙ୍କର ଅତିଆପଣାର 

ଦେଇଥାଏ ବାସସ୍ଥାନ।


ଦେହସୁଖ ଲାଗି ସାଇତିଛି କେତେ 

ଚେର ମୂଳି ଓଉଷଧ 

ଜାତି ଜାତି ଫଳ ବିତରେ ସକଳେ

ନକରଇ କେବେ ଭେଦ ।


ସମୃଦ୍ଧି ନାମରେ ଜଙ୍ଗଲ କାଟଇ

ସବୁଜିମା କରେ ନଷ୍ଟ ,

ପ୍ରକୃତି ଉଜୁଡି ପ୍ରଦୂଷଣ ବଢି

ଜୀବନ ହେଲାଣି ଭ୍ରଷ୍ଟ।


ଡହ ଡହ ଖରା ସଂସାରଟା ସାରା

ମରଣ ଦୁଆରେ ଜୀବ,

ବୃକ୍ଷର ରୋପଣ କେବଳ ସାଧନ 

ନୋହିଲେ ଜଗତ ଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational