STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବୋଧେ ଜୀବନ ଯାଇପାରେ

ବୋଧେ ଜୀବନ ଯାଇପାରେ

1 min
173


ତମେ ଥରେ ବୁଝିଗଲେ 

କିଛି ବି ହୋଇପାରେ

ମିଛ କହିଲି

ବହୁତ କିଛି ହୋଇପାରେ

ମୋର କିସ ହେବ 

ରାତି ଦିନ ବସି ଭାବୁଛି 

ଏଣିକି ବେସି ବେସି ଭାବିବି ରାବିବି

ସଞ୍ଜ ସକାଳ ବୋଧେ କୁଳେଇ ନପାରେ


ତମେ ବାରେ ମାନିଗଲେ 

କିଛି ବି ହୋଇପାରେ

ଜିଭ କାମୁଡିଲି

ଅନେକ କିଛି ହୋଇପାରେ

ମୋର କିସ ହେବ

ମନ ଗହନରେ ଆସ୍ଥାନ ଦେଇଛି

ଏଣିକି ପ୍ରାଣ ପ୍ରତିଷ୍ଠା କରିଦେବି

ମନ ଗର୍ଭଗୃହେ ଆସ୍ଥାନ ନ ମିଳିପାରେ


ତମେ ପଦିଏ କହିଦେଲେ

 କିଛି ବି ହୋଇପାରେ

ରାଣ ପକେଇଲି

ଶତ ପ୍ରତିଶତ ହୋଇପାରେ

ମୋର କିସ ହେବ

ଆଜନ୍ମ ବ୍ରହ୍ମଚାରୀ ବ୍ରତ ମାନିଛି

ଏଣିକି ବାଡ଼ୁଅ ରହିଯିବି ଭାବି ସାରିଛି

ପ୍ରଥମ ଚୁମ୍ବନ ଭାଗ୍ୟେ ଜୁଟି ନପାରେ


ତମେ ରଙ୍ଗ ମଖେଇଲେ

 କିଛି ବି ହୋଇପାରେ

କାନ ଧରି କହୁଛି

ବିଶେଷ କିଛି ହୋଇପାରେ

ମୋର କିସ ହେବ

ଅଙ୍ଗରେ ଭଙ୍ଗରେ ରଙ୍ଗ ପିଚକାରୀ

ଭାଙ୍ଗ ପିଇ ସାରି ନାଚିଲେ କପଡ଼ା ଚିରି

ପାଣିମିଶା ନାରଙ୍ଗୀ ରଙ୍ଗ ନିଅଣ୍ଟ ପଡିପାରେ 


ତମେ ଧାଡିଏ ପଢିଦେଲେ

କିଛି ବି ହୋଇପାରେ

ମୁଣ୍ଡ ଟୁଙ୍ଗାରିଲି

ନିଶ୍ଚୟ କିଛି ହୋଇପାରେ

ମୋର କିସ ଅଛି

ଲେଖୁଛି ଲେଖିବି ତୁମକୁ ନେଇ

ଏଣିକି ଆହୁରି ଗାରେଇବି ଉପମା ଲଗେଇ

କଲମରେ କାଳି ରହିଥିବ ବୋଧେ ଜୀବନ ଯାଇପାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy