STORYMIRROR

Chittaranjan Sahoo

Abstract

2  

Chittaranjan Sahoo

Abstract

ବନ୍ଦୀ ଆଜି ଶ୍ରେଷ୍ଠ ଜୀବ

ବନ୍ଦୀ ଆଜି ଶ୍ରେଷ୍ଠ ଜୀବ

1 min
21

 ବନ୍ଦୀ ଆଜି ଶ୍ରେଷ୍ଠ ଜୀବ 

   ଆପଣା ଇଛାରେ

 ବନ୍ଦୀ ଆଜି ଶ୍ରେଷ୍ଠ ଜୀବ 

   ପ୍ରାଣ ବିକଳରେ

 ବନ୍ଦୀ ଆଜି ଶ୍ରେଷ୍ଠ ଜୀବ 

   ନିରୁପାୟ ହୋଇ

 ବନ୍ଦୀ ଆଜି ଶ୍ରେଷ୍ଠ ଜୀବ 

   କଲା କର୍ମ ପାଇଁ

 ବନ୍ଦୀ ଆଜି ତା'ର ଗ୍ରାମ,

   ସହର, ବଜାର

 ବନ୍ଦୀ ଆଜି ରେଳସେବା, 

    ବିମାନ ବନ୍ଦର

 ବନ୍ଦୀ ଆଜି ଯାନିଯାତ୍ରା, 

   ବନ୍ଦୀ ସିଂହଦ୍ଵାର

 ବନ୍ଦୀ ଆଜି ବିଦ୍ୟାଳୟ, 

   ବନ୍ଦୀ କାର୍ଯ୍ୟଘର

 ବନ୍ଦୀ ହୋଇ ବିଶ୍ୱବାସୀ 

   କରନ୍ତି ରୋଦନ

 ହେ ପ୍ରକୃତି କ୍ଷମାକର 

   ଶାନ୍ତ କରି ମନ

 ଅଧମ ଏ ନର ଜାତି 

   କରୁଛି ଗୁହାରୀ

 ଶେଷଥର କ୍ଷମା କର 

   ଆହେ ନରହରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract