Arjuni charan Behera

Inspirational Others

4  

Arjuni charan Behera

Inspirational Others

ବିଶ୍ବ ଠାକୁରାଣୀ

ବିଶ୍ବ ଠାକୁରାଣୀ

1 min
19


      

ଜୟ ଜୟ ମହାଲକ୍ଷ୍ମୀ କ୍ଷେତ୍ରବରେ ବାସ l

   ନିତି ଖଟିଥାଉ ମାଆ କମଳା ବିଳାସ ll

ସୁଖେ ରହିଛନ୍ତି ମାଆ ପ୍ରଭୁ ଶିରିବତ୍ସୀ l

 ତୋ ପରି ଘରଣୀ କିଏ ସଂସାରରେ ଅଛି ll

ସକାଳୁ ଉଠି ପହଁରୁ ଶ୍ରୀମନ୍ଦିର ଗୋଟା l

   ପବିତ୍ର ପାଣି ପକାଉ ଗୋବରର ଛିଟା ll

ଗାଧୋଇପାଧୋଇ ପୁଣି ଧରି ଅର୍ଘ୍ୟଥାଳି l

   ବନ୍ଦାପନା କରୁ ଯାଇ ରାମ ବନମାଳୀ ll

ଦେଢ଼ଶୁର ନଣନ୍ଦକୁ ନେଇ ତୋର କର l

 ବଡ଼ଠାକୁରଙ୍କୁ ମାତ ଭାରି ମାନ୍ୟ ତୋର ll

ଅତି ନିରୀମାଖି ଅଟେ ନଣନ୍ଦ ତୋହରି l

   ଦେଖି ନପାରଇ ଶିରି ହସେ କିରି କରି ll

ସହଜେ ତ ପତି ତୋର ହଟିଆ ଠାକୁର l

  ହଟ ରଚିଥାନ୍ତି ତୋରେ ନାନା ପରକାର ll

ରାଗ ରୁଷା ଅଭିମାନ କେତେ କରି ବସୁ l

  ଛପନ ଭୋଗ ଷାଠିଏ ପୋଉଟି ପରଷୁ ll

ଧନ୍ୟ ଧନ୍ୟ ମାଆ ତୁହି ବିଶ୍ଵ ଠାକୁରାଣୀ l

  ତୋ ଲୀଳା ବର୍ଣ୍ଣିବ କାହୁଁ ଅଧମ ଅଜ୍ଞାନୀ ll

ଚରଣେ ଶରଣ ଗଲି ଯୋଡ଼ି ବେନି କର l

 ସୁଖେ କରିଥାଅ ମାତ ଶ୍ରୀକ୍ଷେତ୍ରରେ ଘର ll

      


Rate this content
Log in

Similar oriya poem from Inspirational