STORYMIRROR

Saraswati Nayak

Children

3  

Saraswati Nayak

Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
196

            

  ହେ  ବିଦ୍ୟାର୍ଥୀ

  ଏଇତ ପ୍ରକୃଷ୍ଟ ସମୟ 

  ଭବିଷ୍ୟତ ସାରଣୀ ପ୍ରସ୍ତୁତର

  ଜୀବନ ଓ ଜଗତର ଗୂଢ଼ରହସ୍ୟ ବୁଝିବାର 

   ଦୁଃସାହସ କରନାହିଁ ଖିଆଲର ବଶବରତୀ ହୋଇ

   ନିମ୍ନଗାମୀ ଝରଣା ପରି ଅମଡ଼଼ା ମାଡ଼ି ଚାଲିଯିବାର  ।।


କର ନିିୟନ୍ତ୍ରଣ ଚପଳତାକୁ 

ଅନ୍ୟଥା ଜୀବନର ଚଳଚଂଚଳ ସ୍ରୋତଟି 

ମରୁଭୂମିରେ ହଜାଇଦେଇପାରେ ନିଜର ସମ୍ପୂୂର୍ଣ୍ଣ ସତ୍ତାକୁ

ଉନ୍ନତ ଜୀବନ ଗଠନ ଓ ଆତମୋନ୍ନତି ନିମିିିତ୍ତ

     ଏଇତ ହିଁ ପ୍ରସ୍ତୁୁତିର ସମୟ

ପଥଘୁଂଚା ଦେଇ କୁରୁୁୁଚିପୂର୍ଣ୍ଣ କାର୍ଯ୍ୟାଗ୍ରହରୁୁ

ବାରମ୍ବାର ଶିିିଖ ଆଉ ତିଆରିକର ଭିତ୍ତିଭୂମି

ଭବିଷ୍ୟତର ବିରାଟ ହରମ୍ୟ ନିର୍ମାଣର ସମର୍ଥତା     ।।


   ଜ୍ଞାନ ପାଇଁ ସୃୃଷ୍ଟିକର ଆକୁଳ ପିପାସା

   ଉଚ୍ଚାକାଂକ୍ଷା ଦିଏ ପ୍ରେରଣା ତୁୁୁମରେ

   ଏକାଧିକ ସୋପାନ ଅତିକ୍ରମ କରିବାକୁ

   ସଂଯମତା ଵ୍ରତ କର ଅବଲମ୍ବନ ହୃଦୟରେ 

   ଏହାତ ଏକ ମହାର୍ଘ,ପୁୁଣି ଚାଞ୍ଚଲ୍ୟ ସମୟ

   ପାଦ ଖସିିିଯିବାର ଅନେକ ସମ୍ଭାବନା ରହିିଛି 

       ଯୌବନର ଉଦ୍ ବେଳନରେ         ।।


କାମ,କ୍ରୋଧ, ଲୋଭ,ମୋହ,ମଦ ଓ ମାତ୍ସର୍ଯ୍ୟ 

        କରିିଚାଲ ଷଡ଼ରିପୁକୁ ଦମନ

ସତ ଚିନ୍ତା,ସତ ଜ୍ଞାନ, ସାଧୁସଙ୍ଗ,ପବିତ୍ର ଭାବନା

ଆଚରି ଜାଗ୍ରତ କର ଆତ୍ମଶକ୍ତି ବାରେ

ବିନାୟଭାଵ,ମିିଷ୍ଟାଳାପ,ଗୁରୁୁୁଭକ୍ତି,କନିିିଷ୍ଠରେ ସ୍ନେହ

          ତୁମଠାରେ ଝରୁ ଅବିରତ 

କରନାହିଁ ଅପବ୍ୟୟ ଅମୂଲ୍ୟ ସମୟର

କର୍ମନିଷ୍ଠ, ସମୟାନୁବର୍ତ୍ତିତା,ସ୍ବ ଅଧିନ ଚିନତାଧାରାର

      ମୁଖ୍ୟ ବାହକ ହେଉଛ ତ ତୁମେ 

ତୁମଠାରୁ ଆଶା,ଆକାଂକ୍ଷା ସମାଜର ପ୍ରତି ସମୟରେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Saraswati Nayak

Similar oriya poem from Children