ବିଚ୍ଛେଦ (୧୮) ସରି ଆସୁଥିବା ଆସର
ବିଚ୍ଛେଦ (୧୮) ସରି ଆସୁଥିବା ଆସର


କେତେ ବେଳେ ଆସର ଏମିତି ସରିଯାଏ
କେହି ସହଜେ ଜାଣି ପାରେନା,
ଆପତ୍ତି ଶୁଣିବାକୁ କେହି ପାଖେ ନଥାଏ
ମନ କିନ୍ତୁ ଜମା ବୁଝେନା ,
ଅସତର୍କ ଯନ୍ତ୍ରଣା ରେ ଛଟପଟ ଜୀବନ
ଆଗକୁ ବଢି ପାରେ ନା ପଛକୁ ,
ଭାବ ଥାଏ, ନ ଥିଲା ଭଳି କାହିଁ କେତେ ଦୂରେ
ହେଲେ କେ ବୁଝିପାରେ ଏ ମନକୁ ,
ନିଜ ଅସ୍ତିତ୍ଵ ର ଖୋଜ ଖବର ବି କୋଉ ଥାଏ
ଏବେ ସେ ଅଜଣା ଫୁଲର ବାସ୍ନାରେ !
କେହି ଯେମିତି ଜିଏଁ ଗୋଟିଏ ସୀମିତ ଜୀବନ
ଖାଲି ଚେତନାର ସମ୍ମୋହିତ ସାନିଧ୍ୟରେ ,
ବିଚିତ୍ର ଅଭିଜ୍ଞତା କୁ ପାଥେୟ କରି ଏକା ଏକା
ନିଜ ହାତ ଗଢା ବେରଙ୍ଗ ବଗିଚାରେ ,
ବିଦ୍ରୋହ କରିବା ପାଇଁ ସମସ୍ତ ସମାଜ ବିରୁଦ୍ଧେ
ବେଳେ ବେଳେ ଆତ୍ମ ବିରୋଧରେ ...... ।