STORYMIRROR

SACHALA GURU

Inspirational

3  

SACHALA GURU

Inspirational

ଭକ୍ତି

ଭକ୍ତି

1 min
208


ନିର୍ମଳ ହୃଦୟେ ପବିତ୍ର ଅନ୍ତରେ

ବିଭୁ ପାଦେ କର ଲୟ 

ଧନୀ ଦରିଦ୍ରର ବାଛ ବିଚାରରେ 

ସଭିଙ୍କୁ ଦିଏ ଅଭୟ II

ଭକ୍ତ ଭଗବାନ ଅପୂର୍ବ ମିଳନ 

ଥିଲେ ଏକାନ୍ତିକ ନିଷ୍ଠା

ସତ୍ୟ ଶାନ୍ତି ଦୟା ନ ଥାଏ ତା' ମାୟା 

ଦେଖାଏ ତା' ପରାକାଷ୍ଠା II

ଧ୍ରୁବ ପ୍ରହଲ୍ଲାଦ ବିଶ୍ୱାସର ଭେଦ 

ଅତି ନିବିଡ଼ତା ଥିଲା 

ଅଜ୍ଞାନତା ତା'ର ଦୂରୀଭୂତ ହୋଇ 

ପ୍ରଭୁ ଦର୍ଶନ ପାଇଲା II

ତ୍ରେତୟା ଯୁଗରେ ରାମ ଅବତାରେ 

ଶବରୀର ଭକ୍ତ ନିଷ୍ଠା 

ବର୍ଷ ବର୍ଷ ଧରି ଅପେକ୍ଷା ସେ କରି 

ରାମଙ୍କ ଦର୍ଶନେ ଶ୍ରେଷ୍ଟା II

ଭକ୍ତ ସୁଦାମାଙ୍କ ଶ୍ରୀକୃଷ୍ଣ ଙ୍କ ଭାବ 

ପ୍ରେମ ଭକ୍ତିରେ ଧରି 

ଧନ୍ୟ ହୋଇଗଲା ଖୁଦ ଭଜା ଦେଇ 

ହୃଦେ ଭକ୍ତି ଭାବ ଭରି II


Rate this content
Log in

Similar oriya poem from Inspirational