STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଭାଷା ସମ୍ରାଟ

ଭାଷା ସମ୍ରାଟ

1 min
110

(ଉତ୍କଳ ଭ୍ରମଣ-ଫକୀରମୋହନ ସେନାପତି ଙ୍କ ରଚନାରୁ)

ଉତ୍କଳ ପବିତ୍ର ଭୂମି ଭାରତ ମଧ୍ୟରେ

କରନ୍ତି ଏଥିରେ ବାସ ପୂଣ୍ୟବନ୍ତ ନରେ

ଅସଂଖ୍ୟ ଅସଂଖ୍ୟ ଯାତ୍ରୀ ଆସୁଛନ୍ତି ଧାଇଁ

ଏହି ମହାପୂଣ୍ୟ କ୍ଷେତ୍ର ଦେଖିବାର ପାଇଁ

ଭାରତର ସର୍ବ ଦେଶେ ଏମନ୍ତ ପ୍ରଚାର

ପବିତ୍ର ଉତ୍କଳ ଭୂମି ଅଟେ ସ୍ଵର୍ଗଦ୍ଵାର।

***

ବାଲେଶ୍ଵରର ମଲ୍ଲିକାଶପୁରେ ମକରସଂକ୍ରାନ୍ତି ଦିନ

ଭୂମିଷ୍ଠ ହେଲେ ଓଡ଼ିଆ ସାହିତ୍ୟଜନକ ବ୍ରଜମୋହନ

ଓଡ଼ିଆଟେ ହୋଇ ରହିବାକୁ ଓଡ଼ିଆ ଭାଷାରେ କହିବାକୁ

ନିଜ ମଧ୍ୟେ ଥିବା ଓଡ଼ିଆ ଅସ୍ମିତା ଦେଇନଥିଲେ ମରିବାକୁ।(୧)


ପିତା ଲକ୍ଷ୍ମଣ ମାତା ତୁଳସୀ ଶୈଶବରୁ ଚାଲିଗଲେ,

ବାଲ୍ୟକାଳର ଲାଳନପାଳନ ଜେଜେମା କରିଥିଲେ,

ରୋଗାକ୍ରାନ୍ତ ବ୍ରଜ ସଦା ଅସୁସ୍ଥ ଜୀବନ ଜୀଇଁଥିଲେ,

ଫକୀରଙ୍କୁ ବିକ୍ରି ହୋଇ ଥିବାରୁ ସେ ଫକୀରମୋହନ ହେଲେ।(୨)


ସବୁଠି ଦେଖିଲେ ଓଡ଼ିଆ ବଦଳେ ବଙ୍ଗଳାର ଛାପା ବହି,

ଓଡ଼ିଶାରେ ରହି ଓଡ଼ିଆ ପୁଅର ମୁଣ୍ଡ ଯାଇଥିଲା ନଇଁ,

ହୃଦୟ ଶତଧା ବିଦୀର୍ଣ୍ଣ ହେଲା ଗଭୀର ଆଘାତ ପାଇ,

ଅଟଳ ନିଷ୍ପତ୍ତି ଓଡ଼ିଆ ଭାଷାକୁ ଉତ୍କଳୀୟ ଭାଷା ପାଇଁ।(୩)


ଇଂରାଜୀ ବଙ୍ଗଳା ସଂସ୍କୃତ ଭାଷାରେ ଥିଲେ ଧୂରୀଣ,

ଓଡ଼ିଆରେ ଅନୁବାଦ କରିଥିଲେ ନାନା ଭାଷା କାବ୍ୟ ଗ୍ରନ୍ଥ,

ଓଡ଼ିଆ ଭାଷାର ଜନକ ପୁଣି ଗଦ୍ୟ ସାହିତ୍ୟର ସ୍ରଷ୍ଟା,

୨୧ ବର୍ଷ ଧରି କଲେ ରଚନା ଗଳ୍ପ ଉପନ୍ୟାସ ଗ୍ରନ୍ଥ କବିତା।(୪)


ଉତ୍କଳଭ୍ରମଣ ପୁଷ୍ପମାଳା ଆଦି କାବ୍ୟଗ୍ରନ୍ଥ ସୄଷ୍ଟି କରି

ଓଡିଆଭାଷାକୁ କଲେ ୠଦ୍ଧିମନ୍ତ ବ୍ୟାସକବି ପଦ ବରି ॥

ଓଡିଆ ରକ୍ଷକ ଫକୀର ମୋହନ ସମାଦୄତ ଘରେ ଘରେ,

କବି ସମ୍ପାଦକ ପୁଣି ପ୍ରକାଶକ ଲେଖକ ସେ ଏକାଧାରେ ॥ (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational