STORYMIRROR

Basanti Das

Inspirational

2  

Basanti Das

Inspirational

ବାପା

ବାପା

1 min
14.4K



ବାସନ୍ତୀ ଦାସ


ବାପାମାନେ ସର୍ବଦା ପର୍ବତ

ତାଙ୍କ ଆକଟ

ନିରାପଦ ବଟବୃକ୍ଷ ଛାଇ,

ଲହୁ ସନ୍ତାନକୁ ଗଢିବାର ଅସ୍ତ୍ର

ଲୁହ ସ୍ନେହ ଶ୍ରଦ୍ଧାର ଯମୂନା ନଈ ॥


ବାପାମାନେ ସର୍ବଦା ବ୍ୟଗ୍ର

ସ୍ବପ୍ନର ପରିଧି ତାଙ୍କର

ସ୍ବର୍ଗଠାରୁ ବିଶାଳ

ସନ୍ତାନର ସୁଖ ସମୃଦ୍ଧିପାଇଁ ଭୀଷ୍ମ

ବାଉଁସଗଛପରି ଶୃଙ୍ଖଳିତ

ସ୍ନେହପାଗଳ ॥


ବାପାମାନେ ସବୁ ସ୍ବାଭିମାନୀ

ଲହୁ ଲୁହରେ ହାଡଭାଙ୍ଗି

ଗଢନ୍ତି ପୃଥିବୀ

ସେଇ ପୃଥିବୀରେ ଆତଜାତ

ପୁତ୍ରକନ୍ୟା ମାନେ

ନାତି ନାତୁଣୀ ଆଉ ଆତ୍ମୀୟ ॥


ବାପାମାନେ ସମସ୍ତଙ୍କପାଇଁ

କେବେ ପାଲଟି ଯା"ନ୍ତି

କର୍ଣ୍ଣପରି ଦାନୀ ତ

କେବେ ସଂସାରର ସୁଖପାଇଁ

ଦଧିଚି ପରି ଦାନ କରନ୍ତି,

ନିଜରଅସ୍ଥି ॥


ବାପାଙ୍କର ବିକଳ୍ପ ନାହିଁ ସଂସାରରେ

ସେ ବାହୁ ପ୍ରସାରୀ ଦେଲେ ମିଳେ ସ୍ବର୍ଗ ସୁଖ ସମ୍ପଦ

ବାପାମାନେ ଜନ୍ମ ଜନ୍ମାନ୍ତର

ପୂଜ୍ୟ ସନ୍ତାନ ପାଇଁ

ତେଣୁ ତାଙ୍କର ବାର୍ଦ୍ଧକ୍ୟରେ

କର ଉପଯୁକ୍ତ ସତ୍କାର

ବାପାଙ୍କୁ ଅବହେଳାକଲେ

ନଷ୍ଟ ଭ୍ରଷ୍ଟ ହେବ ସଂସାର

ବିଚାର ,ସଚରାଚର ।।

+++++++

basanti.das91@yahoo.com

basanti das@123


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Basanti Das

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Inspirational