Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ବାଙ୍କଚୁଡ଼ା ବେଶ କି ମନୋହର

ବାଙ୍କଚୁଡ଼ା ବେଶ କି ମନୋହର

2 mins
186



ବିଶ୍ୱ ସୁନ୍ଦର ହେ ବିଶ୍ଵ ସୁନ୍ଦର l

       ବାଙ୍କଚୁଡ଼ା ତବ କି ମନୋହର ll

କପାଳେ ତୁମ୍ଭର କସ୍ତୁରୀ ଟୀକା l

      ଟାହିଆ ବାନ୍ଧିଛ କେମନ୍ତ ବଙ୍କା ll

ବଙ୍କା ଅଧରରେ ବଙ୍କିମ ଠାଣି l

       କରୁଣା କଟାକ୍ଷ ବାଙ୍କ ଚାହାଣି ll

ବଙ୍କା ହାତେ ତୋର ମୁରଲୀ ବଙ୍କା l

      ବଙ୍କା ବଙ୍କା ଚାଲି ଠୁମୁ ଠୁମୁକା ll

ତିନି ବାଙ୍କ ତୋର ତ୍ରିଭଙ୍ଗ ଠାଣି l 

         ପୀତ ବସନକୁ ପାଟ ପତନି ll

ବାଙ୍କେ ବାନ୍ଧିଅଛୁ ବାଙ୍କ ଚନ୍ଦ୍ରିକା l

      ସଂସାରେ ନାଗର ତୁହିଟି ଏକା ll

ତୁହିଟି ଏକା ରେ ତୁହିଟି ଏକା l

  ଗୋପିକା ଆଟିକା ମାଇଲୁ ଟେକା ll

ବଙ୍କିମ ଅଧରେ ବଂଶୀ ମୋହନ l

     ରାଧିକା ମୋହନ ଭକ୍ତ ଜୀବନ ll

ନୂଆ ନଟବର ରସ ସାଗର l

    ମୁରଲୀ ପାଣି ତୋ ଠାଣି ସୁନ୍ଦର ll

ପାଦ ପାଣି ବଙ୍କା ନୟନ ବଙ୍କା l

    ଝୁରି ଝୁରି ହେଲେ କଣ୍ଟା ରାଧିକା ll

ଶକଟା ଭଞ୍ଜା ହେ କାଳୀୟ ଗଞ୍ଜା ll

     ଖଞ୍ଜେ ସଳଖିଲୁ କୁବୁଜା ଖଞ୍ଜା ll

ବାଙ୍କ ବିହାରୀ ହେ ବାଙ୍କ ବିହାରୀ l

  ବଙ୍କାପାଦେ ମୋର ଏହି ଗୁହାରୀ ll

ଭାବ ବିନୋଦିଆ ଭବ ନାୟକ l

    ସଳଖିଦେବୁ ମୋ କରମ ବାଙ୍କ ll

         


Rate this content
Log in

Similar oriya poem from Inspirational