Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫେସବୁକକବିତାନୂତନସୂର୍ଯ୍ୟ ଫେସବୁକକବିତାନୂତନସୂର୍ଯ୍ୟ

Inspirational Abstract

2  

ଫେସବୁକକବିତାନୂତନସୂର୍ଯ୍ୟ ଫେସବୁକକବିତାନୂତନସୂର୍ଯ୍ୟ

Inspirational Abstract

ବାହାନାର ଅନ୍ତିମ ସତ୍କାର

ବାହାନାର ଅନ୍ତିମ ସତ୍କାର

1 min
6.7K


ନିଜର ଇଛା ପ୍ରସନ୍ଦକୁ

କାହିକିଁ ବାରମ୍ବାର ମାର

ଲୋକ କଣ କହିବେ

ହଟାଅ ମନରୁ ଡ଼ର ।

ଆଜି ହିଁ କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର

ମଣିଷ ମାତ୍ର ହିଁ ଭୂଲ କରେ

ଭୂଲରୁ ଶିଖିଲେ ହୁଏ ଭଲ ।

ଏ ବିଶ୍ୱରେ ଜିତିବାକୁ ହେଲେ

ହାରିବାକୁ ହେବ ବାରମ୍ବାର

ଆଜି ହିଁ କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର ।

ଘର ସାମ୍ନାରେ ଗରିବୀ ପର୍ବତ

ସମସ୍ତେ ମିଶି ଠେଲି ଦେବା ବହୁ ଦୂର

ମୁଁ କାହିକିଁ କରିପାରିବିନି ବୋଲି

ବୀର ଶିଶୁଠୁ ଜିଦ୍ଦି ଶିଖିପାର ।

ଆଜି ହିଁ କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର

ମାନ ସମ୍ମାନ ଇଜ୍ଜତ ସ୍ୱାଭିମାନ

ସଲାମ ବାବାସାହେବ ଚୀର ଅମର ।

ଧନ୍ୟ ଏପିଜେ ଅବଦୁଲ କାଲାମ

ଲିକଂନ ଇତିହାସ ଲମ୍ୱା ସଂଘର୍ଷର

ଆଜି ହି କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର ।

ମାଟିରୁ ଉଠି ଯିଏ ଆକାଶ ଛୁଇଛି

ଧୀରୁ ଆମ୍ୱାନୀ ସବୁଠୁ ଧନୀ ଦେଶର

ନିଜର ଗୋଡ଼ରେ ନିଜେ ଛିଡ଼ା ହୋଇ

ଉଠି ଚାଲିବାକୁ ପଡ଼ିବ ବହୁଦୂର ।

ଆଜି ହିଁ କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର

ଲୋକ ଡ଼ରେ କଣ କ୍ରିକେଟକୁ

ଛାଡ଼ି ଦେଇ ଥିଲେ ତେନ୍ଦୁଲକର ।

କାହା କଥା ଶୁଣି କଣ ଅଭିନୟ

ଛାଡ଼ି ଦେଲେ ଅମିତାଭ ସୁପରଷ୍ଟାର

ଆଜି କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର ।

ଇଛା ଆହ୍ୱାନ ପ୍ରବଳ ଦୃଢ଼ ନିଶ୍ଚୟ

ସବୁ ସମ୍ଭବ ସତେ କର୍ମର ଫଳ

ସଫଳତା ସହ ସମସ୍ୟା ଜଡ଼ିତ

ଅସଫଳତା କଷଟୀ ପଥର

ଆଜି ହିଁ କରିବାକୁ ହେବ

ବାହାନାର ଅନ୍ତିମ ସତ୍କାର ।

କବି

ଏମ୍ .ବିଜୟ କୁମାର

ସୁଲଦିଆ ପଡା ଝାରସୁଗୁଡ଼ା

ମୋ-7978784130


Rate this content
Log in

More oriya poem from ଫେସବୁକକବିତାନୂତନସୂର୍ଯ୍ୟ ଫେସବୁକକବିତାନୂତନସୂର୍ଯ୍ୟ

Similar oriya poem from Inspirational