Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଅପେକ୍ଷା

ଅପେକ୍ଷା

1 min
8



ଅପେକ୍ଷାଟି ସିନା ଯନ୍ତ୍ରଣାଦାୟକ

ସମାପ୍ତିରେ ମିଠାଫଳ 

ଦୂର କରିବାକୁ ମନରୁ ଶଙ୍କାକୁ

ବିଶ୍ବାସ, ଧଇର୍ଯ୍ୟ ବଳ ।


ହୋଇଗଲେ ଅନ୍ତ କେବେ ବି କାହାର

ପରିସୀମା ଅପେକ୍ଷାର

ଶୂନ୍ୟଫଳ ଧରି ଅବସୋସ ସହ

କାଟଇ ଜୀବନ ତା'ର ।


କପାଳ ଲିଖନ କେ କରିବ ଆନ

କାଳଚକ୍ରେ ସମାଧାନ

କର୍ମ ଅନୁସାରେ ପୁଣି ଫେରିଆସେ

ଧରାକୁ ପରା ଚେତନ ।


ଜନ୍ମ ପରେ ଜନ୍ମ ଅପେକ୍ଷାର ଶେଷେ

ଧରିଲେ ହରିଙ୍କୁ କୋଳେ

ଅଦିତୀ, କଶ୍ୟପଠାରୁ ବସୁଦେବ

ଦେବକୀ ଆଦି ସକଳେ ।



Rate this content
Log in

Similar oriya poem from Inspirational