STORYMIRROR

Satya Shovan

Tragedy

3  

Satya Shovan

Tragedy

ଅବୁଝା ମନ

ଅବୁଝା ମନ

1 min
303

ଅଥୟ ଅଧିର ମନ ଏ ବିଚରା

ଖୋଜେ ଟିକେ

ସେ ପ୍ରେମର ସାହାରା

କିଛି ଖୋଲା ମନ କଥା

ଆଉ କିଛି ସ୍ନେହ ଶ୍ରଦ୍ଧା

କ'ଣ ଆଉ ବା ବଡ

ଏ ଦୁନିଆରେ ପରା

ଥକି ବି ଯାଇଛି

କଷ୍ଟ ବି ପାଉଛି

ଲାଗେ ଯେମିତି

ଏ ତାତି ଖରାରେ

ତୃଷାର୍ତ୍ତଟିଏ ଖୋଜେ

ନିର୍ମଳ ଜଳ ଧାରାଟିଏ

ଅଶାନ୍ତ ଏ ମନ

ଦୁର୍ବିଶହ ଏ ଜୀବନ

ଖୋଲିଲେ ଆଖି ପାଏ ମୁଁ ନିଜକୁ

ସେଇ ମାୟାର ଦୋ ଛକିରେ

ଅସୁମାରୀ ପ୍ରଶ୍ନର ଉତ୍ତର ଯେ ପାଏନି

ଖୋଜୁଛି ମୁଁ ଶାନ୍ତି

କହି ବି ପାରେନି ସହି ବି ପାରେନି

ମନ ଭିତରେ ଅଶାନ୍ତ ସାଗର ର ଲହଡି

କୂଳ ବି ଲଂଘୁଚି

ଛୋଟ ମୋର ବାଲି ଘରକୁ

ଭାଙ୍ଗି ବି ଯାଉଛି

ଯଉ ଘର ମୋର ଗଢିଥିଲି ମୁଁ

କେତେ ଯତନରେ

ଭାଙ୍ଗି ଯାଉଚି ସେ ଆଖି ପଲକ ରେ

କିଛି ଲୁହ ବହି ଯାଉଛି

ଆଉ କିଛି ରହିଯାଉଛି

ହୃଦୟର ସେ ଅଦେଖା କୋଣରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy