STORYMIRROR

Satya Shovan

Others

2  

Satya Shovan

Others

ମୁ ଓଡ଼ିଆ

ମୁ ଓଡ଼ିଆ

1 min
512


ମୁ ଓଡ଼ିଆ. ଭାଷା ମୋ ଓଡ଼ିଆ

ସବୁ ରାଇଜ ଠୁ ସୁନ୍ଦର

ବଣ ପରବତ ନଦୀ ର ସ୍ୱର

ଏଠି ସବୁ କିଛି ଭାରି ବଢିଆ...

ରହିଛନ୍ତି ପରା ଏଇ ମାଟିରେ

ଜଗତ ର ନାଥ କାଳିଆ ସାନ୍ତେ

ତାଙ୍କରି କୃପାରେ ଏ ରାଇଜ ରେ

ସଭିଏଁ ବନ୍ଧା ଗୋଟିଏ ଡୋରିରେ

ସବୁଠୁ ସୁନ୍ଦର ଏଠି ଆମ ଭୁବନେଶ୍ୱର

ରାତି ହେଲେ ପାଲଟେ

ବିଜୁଳି ର ବତୀଘର...

ଆଧୁନିକତା ର ଚାକ ଚକ ରେ

ଏଠି ଯେ ସବୁ ମତୁଆଲା

ହେଲେ କାନ୍ଥରେ ବାଡ଼ରେ

ଦିଶେ ଏଠି ସଂସ୍କୃତି ର କଳା

ମନ୍ଦିର ମାଳିନୀ ରୂପେ

ପ୍ରସିଦ୍ଧ ହୋଇଛି ବିଶ୍ୱ ରେ

ଦ୍ୱିତୀୟ ବୃହତ୍ତମ ମଲ

ଏଠି ଯେ ହୋଇଛି ଠିଆ ଏସିଆ ରେ

ବିମାନ ବନ୍ଦର ଏଠି ମହା ନାୟକ

ବିଜୁ ବାବୁ ଙ୍କ ନା ରେ

ପାହାଳ ରସଗୋଲା ର ପ୍ରଶଂସା

ହୁଏ ବିଶ୍ୱ ଦରବାର ରେ..

ବହୁଭାଷୀ ର ଲୋକ ରହନ୍ତି ଏଠି ପରା

ହେଲେ ସବୁ ଭାଷା ଠୁ ମୋ ଭାଷା ନିଆରା

କୋରାପୁଟ ର ପ୍ରକୃତି ର

ରୂପ ର ନାହିଁ ପଟାନ୍ତର

ରୁପା ତାରକସି କାମ ପାଇଁ

ପ୍ରସିଦ୍ଧ ଆମ କାରିଗର.

ଓଡ଼ିଆ କେତେ ଯେ

ନା କମେଇଲେଣି

ଦୂର ଦେଶ ବିଦେଶରେ

ରୟାଲିଟି ଶୋ ରେ ବି ଆସିଲେଣି

ହୋଇ ଉଇନର

କେବେ ନୃତ୍ୟ କେବେ ସଂଗୀତ ରେ.

ପାରାଦୀପ ଆଉ ଧାମରା

ପ୍ରସିଦ୍ଧ ଆଜି ବନ୍ଦର ନା ରେ.

ହଦଗଡ଼ ହୀରାକୁଦ କୁ ଆସନ୍ତି ବୁଲି

ଆଜି ବି ଏଠି ଗାଁ ରେ ଗ୍ୟାସ ସାଙ୍ଗେ

ମଧ୍ୟ ଜଲେ ଚୁଲି

ଆଧୁନିକ ହେଲେ ବି ମୁ ଓଡ଼ିଆ

ଓଡିଶା ମୋ ଜୀବନ ନୃତ୍ୟ ଏଠି ପ୍ରଧାନ ଓଡିଶୀ

ତା ପ୍ରେମ ରେ ବୁଡି ଯାଇଛନ୍ତି କେତେ ବିଦେଶୀ

ଆମ ସବୁ ସଂସ୍କୃତି ର ନାହିଁ ପଟାନ୍ତର

ଆମ ଓଡିଶା ସବୁଠୁ ସୁନ୍ଦର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍