STORYMIRROR

Krishna Sahoo

Abstract Others

4  

Krishna Sahoo

Abstract Others

ଅଭୁଲା ଅତିଥି

ଅଭୁଲା ଅତିଥି

1 min
214

ଅଜଣା ରାଇଜେ ଯାଇ ଥିଲ ତୁମେ ହଜି

ବହୁ ପ୍ରତୀକ୍ଷାରେ ପାଇ ଥିଲି ମୁଁ ଖୋଜି।

ଲାଗୁ ଥିଲା ଡର ଭୟ ଅପାର 

କହିଲି ତୁମକୁ ହୃଦୟେ ରଖି ଟିକେ ଡର

କାଳେ ରାଗି ଯିବ କରି ସାତ ପର।

ଆପଣାଇଲ ତୁମେ କଲ ନିଜର 

ଯେତେ ଦୁଃଖ କଷ୍ଟ ମୋର କଲ ତୁମେ ଦୂର। 

ଲାଗିଲା ପ୍ରିୟା ମୋର ଅତି ଆପଣାର । 


କିଛି ମୁହୂର୍ତ୍ତରୁ କିଛି ଦିନ ଯେ ଗଲା 

ଦିନ ପରେ ଦିନ ବିତି ଚାଲିଲା। 

ନିଜ ଠାରୁ ତୁମେ ନିଜର ହେଲ

ମୋ ଠାରୁ ମୋତେ ଚୋରି କରିଲ। 

ଖୁସିରେ ଆମର ଲାଗିଲା କାହା ନଜର

ଢ଼ାଳି ଦେଇ ଗଲା କଳା ଜହର। 

ନିମିଷେ ମୁହୂର୍ତ୍ତେ ପାରୁ ନଥିଲି ରହି

କେମିତି ନୀରବେ ରହିଛି ଥରେ ଭାବେ ତୁ ସହି। 

ସୁଭି ନାହିଁ ସ୍ୱର ଦେଖି ନାହିଁ ଛବି 

ଭାବ ଥରେ ପ୍ରିୟା କେମିତି ଥିବି। 

ତୁମରି ସ୍ମୃତିରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract